Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

ଜମନକିରା : ଜମନକିରା ବ୍ଲକ ସ୍ଥିତ ଡାକ୍ତରଖାନା ପଡ଼ିଆରେ ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ଭାଜପା ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କର, ସାଂସଦ ପ୍ରତିନିଧି ରମେଶ ସାହୁ, ବିଧାୟକ ପ୍ରତିନିଧି ମନୋଜ ମାଝୀ, ଜମନକିରା ମଣ୍ଡଳ ସଭାପତି ବିଜୟ କୁମାର ନାୟକ, ବରିଷ୍ଠ ପରାମର୍ଶଦାତା ଗୋକୁଳ ନନ୍ଦ ଦାନୀ ଉପସ୍ଥିତ ରହି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ବୁଝାଇଥିଲେ। ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କଟଙ୍ଗପାଣି ସ୍କୁଲ ଛାତ୍ରୀ, ଷଣ୍ଢପଥର ଆଶ୍ରମ, ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟ ଛାତ୍ରୀ, ଟିକିଲିପଡ଼ା ଏସଏସଡି ବାଳିକା ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଟ୍ରଫି ସହ ସମ୍ମାନୀତ କରାଯାଇଥିଲା। ଏଥିରେ ବ୍ଲକ ତଥା ପଞ୍ଚାୟତ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଆଭାସି କାର୍ଯ୍ୟକ୍ରମ କୁ ଦେଖିଥିଲେ। ଏଥିରେ ବ୍ଲକ ଅଞ୍ଚଳରୁ ଶହସ୍ରାଧିକ ମହିଳା ମାନେ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ