Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର :ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ

ସମ୍ବଲପୁର:ବିକଶିତ ଗାଁ ବିକଶିତ ଓଡିଶା, ସମୃଦ୍ଧ ଓଡିଶା ର ନୂତନ ପରିଭାଷା କାର୍ଯ୍ୟକ୍ରମ ଆଜି ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମିନି ଷ୍ଟାଡିୟମ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି।ଏହି ଯୋଜନା ଅଧୀନରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।ମୌଳିକ ଭିତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା ର ସୁଦୃଢୀକରଣ କରାଯିବ।ବିଶେଷ କରି ଅନୁନ୍ନତ ଜନଜାତି ସମୁଦାୟ(ପିଭିଟିଜି) ବସବାସ କରୁଥିବା ଅଞ୍ଚଳରେ ଆଭ୍ଯନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡକ ସଂଯୋଗୀକରଣ କରାଯିବ। ଶିକ୍ଷା ଓ କ୍ରିଡା ଭିତ୍ତିଭୂମି ର ସମ୍ପ୍ରସାରଣ ଓ ଆଧୁନିକୀକରଣ, ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୂଖୀ ପ୍ରକଳ୍ପ ର ନିର୍ମାଣ ଓ କାର୍ଯ୍ୟାନ୍ଵୟନ ମଧ୍ୟ କରାଯିବାର ଲକ୍ଷ ରଖାଯାଇଛି।
ଏହି ପରିପ୍ରେକ୍ଷୀ ରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ର ଆନୁକୁଲ୍ଯରେ ଧନକଉଡା ବ୍ଲକ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ, ସଂସଦୀୟ ବ୍ୟାପାର, ଏବଂ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଓଡିଶା ସରକାର, ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଶୋଭାବର୍ଦ୍ଧନ କରିଥିଲେ। ମାନ୍ୟବର ବିଧାୟକ, ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ସାଂସଦ ସମ୍ବଲପୁର ଙ୍କ ପ୍ରତିନିଧି ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାଏକ, ଆଇଜି ଉତ୍ତରାଞ୍ଚଳ ରେଞ୍ଜ, ସମ୍ବଲପୁର ଶ୍ରୀ ହିମାଂଶୁ ଲାଲ(ଆଇପିଏସ), ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ.), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ(ଆଇ.ଏ.ଏସ.), ମୁଖ୍ୟ ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର ଙ୍କ ସମେତ, ପ୍ରଶାସନିକ ଅଧିକାରୀ, ଜନସାଧାରଣ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀ ରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ, କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ ଅଭିଭାଷଣ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ କହିଥିବା କଥା ଦୋହରାଇ ଥିଲେ, କହିଥିଲେ ଗାଁ ର ଉନ୍ନତି ହେଲେ ଦେଶର ଉନ୍ନତି ହେବ, ଗାଁ ର ଅର୍ଥନୀତି ରେ ଯଦି ବିକାଶ ହେବ ତେବେ ଦେଶ ର ଅର୍ଥନୀତି ରେ ମଧ୍ୟ ସୁଧାର ଆସିବ, ଦେଶ ସମୃଦ୍ଧଶାଳୀ ରାଷ୍ଟ୍ର ରେ ପରିଣତ ହେବ।ଜାତିର ପିତା ଦେଶ ର ବିକାଶ ପାଇଁ ଯେଉଁ ଆଶା ଆକାଂକ୍ଷା ରଖିଥିଲେ, ତାହା ଆଜି ଓଡିଶା ସରକାର ପୂରଣ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଥିଲେ । ମା’ ମାନଙ୍କର ସଶକ୍ତିକରଣ ହେଲେ, ଆମ ସମାଜ ର ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ହେବ, ସେଥି ପାଇଁ ମହିଳା ମାନଙ୍କୁ ଅର୍ଥନୀତି କ୍ଷେତ୍ର ରେ ସ୍ଵାବଲମ୍ବି କରିବା ପାଇଁ ଓଡିଶା ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ୧୦,୦୦୦ ଟଙ୍କା ଲେଖାଏ ସମୁଦାୟ ୫୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅଧୀନରେ ୫ ହଜାର କୋଟି ଟଙ୍କାର ବ୍ଯୟବରାଦ ଓଡିଶା ସରକାର କରିଛନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଥିଲେ।
ମାନ୍ୟବର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର କହିଥିଲେ ଦେଶ ର ସବଠାରୁ କ୍ଷୁଦ୍ରତମ ୟୁନିଟ ହେଉଛି ଗାଁ, ଯେବେ ଯାଏ ଗାଁ ର ବିକାଶ ହୋଇ ନାହିଁ, ସେବେ ଯାଏଁ ଦେଶ ର ବିକାଶ ହୋଇପାରିବ ନାହିଁ। ସମାଜ ର ସାମୁହିକ ବିକାଶ ପାଇଁ ଓଡିଶା ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ଆଗାମୀ ଦିନରେ ୨୦୪୭ ସୁଦ୍ଧା ଆମେ ବିକାଶଶୀଳ ରାଷ୍ଟ୍ର ରୁ ବିକଶିତ ରାଷ୍ଟ୍ର ହେବାକୁ ଲକ୍ଷ ରଖିଛେ ବୋଲି ଶ୍ରୀ ମିଶ୍ର କହିଥିଲେ।
ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ନାଉରୀ ନାଏକ କହିଥିଲେ, ଭାରତ ବର୍ଷ ର ୮୦ ପ୍ରତିଶତି ହେଉଛି ଗାଁ ତେଣୁ ଯେବେ ଯାଏ ଗାଁ ର ବିକାଶ ହୋଇ ନାହିଁ, ସେବେ ଯାଏ ବ୍ଲକ ର ବିକାଶ ହୋଇପାରିବ ନାହିଁ, ଯେବେ ଯାଏ ବ୍ଲକ ର ବିକାଶ ହୋଇ ନାହିଁ ଜିଲ୍ଲାର ବିକାଶ ହୋଇପାରିବ ନାହିଁ, ଯେବେ ଯାଏ ଜିଲ୍ଲାର ବିକାଶ ହୋଇ ନାହିଁ ସେବେ ଯାଏ ରାଜ୍ୟ ର ବିକାଶ ହୋଇପାରିବ ନାହିଁ, ଯେବେ ଯାଏ ରାଜ୍ୟ ର ବିକାଶ ହୋଇ ନାହିଁ, ଦେଶର ବିକାଶ ହୋଇପାରିବ ନାହିଁ ତେଣୁ ଗାଁ ର ସ୍ତମ୍ଭ ଚାଷୀ ମାନଙ୍କ ର ବିକାଶ ନିମନ୍ତେ ଧାନ ର ସର୍ବନିମ୍ନ ସହାୟତା ରାଶି(ଏମଏସପି) ବୃଦ୍ଧି କରି ୩୧୦୦ ଟଙ୍କା କରିଛନ୍ତି । ଶେଷରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ.) ଧନ୍ୟବାଦ ଅର୍ପଣ କରିଥିଲେ।