Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହୀରାକୁଦ ବନ୍ଧର ସୁପରିଚାଳନା ପାଇଁ କ୍ୟାବିନେଟ ମଞ୍ଜୁରୀ :୬ବର୍ଷରେ ଖର୍ଚ୍ଚ ହେବ ୧୦୬୬କୋଟି

ସମ୍ବଲପୁର: ପୂର୍ବ ସରକାରରେ ଅଲୋଡ଼ା ହୋଇପଡିଥିବା ହୀରାକୁଦ ନଦୀ ବନ୍ଧର ସୁରକ୍ଷା ନେଇ ବର୍ତ୍ତମାନର ସରକାର ଚେତିଛନ୍ତି।
ମହାନଦୀରେ ବନ୍ୟା ନିୟନ୍ତ୍ରଣ ଏବଂ ହୀରାକୁଦ ବନ୍ଧର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆସନ୍ତା ୬ବର୍ଷରେ ଅର୍ଥାତ୍ ୨୦୨୫-୨୬ରୁ ୨୦୩୦-୩୧ ମଧ୍ୟରେ ୧୦୬୬କୋଟି ୩୮ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ବିଶ୍ଵ ବ୍ୟାଙ୍କ ଓ ଏସିଆନ୍ ଇନ୍‌ଫ୍ରାଷ୍ଟ୍ରକ୍‌କ୍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ ନଦୀବନ୍ଧର ପୁନରୁଦ୍ଧାର ଓ ଉନ୍ନତୀକରଣ ପ୍ରକଳ୍ପ-୩ (ତ୍ରିପ୍-୩)ରେ ହୀରାକୁଦ ବନ୍ଧର ମରାମତି, ଉନ୍ନତୀକରଣ ଏବଂ ଅନ୍ୟାନ୍ୟ କାମ ହେବା ୬ବର୍ଷରେ ମୋଟ୍ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ହୀରାକୁଦ ଡ୍ୟାମର ବାମ ଡାଇକ୍‌ରେ ଅତିରିକ୍ତ ପିଲ୍‌ୱେ ନିର୍ମାଣ, ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତାହାର ମରାମତି ଓ ଉନ୍ନତୀକରଣ, ହୀରାକୁଦ ଡ୍ୟାମ୍ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌ୱେର ଫାଟକଗୁଡ଼ିକୁ ସ୍କାତା ପ୍ରଣାଳୀରେ ସ୍ବୟଂଚାଳିତ କରାଯିବାକୁ ଧାର୍ଯ୍ୟ ହୋଇଛି।
ହୀରାକୁଦ ଡ୍ୟାମ୍‌ର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦ୍ବାରା ଅତିରିକ୍ତ ବନ୍ୟା ଜଳକୁ ନିରାପଦ ଭାବେ ନିଷ୍କାସିତ କରାଯାଇ ପାରିବା ଏହାବାଦ୍ ହୀରାକୁଦ ଡ୍ୟାମ୍‌ର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ଏହାର ମରାମତି,ବୈତରଣୀ ନଦୀ ଉପରେ ଥିବା ପୁରୁଣା ସେତୁ ନିକଟରେ କେନ୍ଦ୍ରପଡ଼ା ଓ ଚାନ୍ଦବାଲିକୁ ସଂଯୋଗ କରିବାପାଇଁ ଏକ ସେତୁ ନିର୍ମାଣ ହେବ।ଏହି ସେତୁ କେନ୍ଦ୍ରାପଡ଼ାକୁ ଭଦ୍ରକ ସହିତ ସଂଯୋଗ କରୁଥିବା ରାଜ୍ୟ ରାଜପଥ- ୯ଏରେ ଟ୍ରାଫିକ୍ ସମସ୍ୟାକୁ ସହଜ କରିବା ଏହି ରାସ୍ତା ସହାୟକ ହେବ।
ଏପରିକି ଉନ୍ନତୀକରଣ ଦ୍ବାରା ଡ୍ୟାମ୍‌କୁ ଦୀର୍ଘସ୍ଥାୟୀ କରାଯାଇ ପାରିବା ସହ ଡ୍ୟାମ୍‌ର ତଥା ପ୍ରସ୍ତାବିତ ଅତିରିକ୍ତ ପିଲ୍‌ୱେର ଗେଟ୍‌ଗୁଡ଼ିକୁ ସ୍ବୟଂଚାଳିତ କରାଯିବା ଦ୍ବାରା ଏହାର ଉତ୍ତମ ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ ସୁନିଶ୍ଚିତ କରାଯାଇ ପାରିବ।
ସେହିପରି ରାଜ୍ୟର ବିଭିନ୍ନ ପ୍ରମୁଖନଦୀରେ ୪ଟି ବୃହତ୍ ସେତୁ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି ଏହି ୪ଟି ସେତୁ ପାଇଁ ୮୯୬କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
ଏଥିରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ
ତାଙ୍ଗମାଳ ଓ ଭିତରକନିକା ଜାତୀୟ ଉଦ୍ୟାନକୁ ସିଧାସଳଖ ସଂଯୋଗ କରିବା ସେତୁ ନିର୍ମାଣ ପାଇଁ ୨୦୬.୮୮କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ସେତୁ କାମ ୩ବର୍ଷରେ ସରିବ କଟକ-ଚାନ୍ଦବାଲି ରାସ୍ତାର ଭାରିଗଡ଼ା ଠାରେ ଖରସ୍ରୋତା ନଦୀ ଉପରେ ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବା ପାଇଁ ଏକ ସେତୁ ନିର୍ମାଣ ହେବ ବୈତରଣୀ ନଦୀ ଉପରେ ଏହି ଚାରି ଲେନ୍ ବିଶିଷ୍ଟ ସେତୁଟି ବର୍ତ୍ତମାନର
ପୁରୁଣା ସେତୁ ନିକଟରେ ନିର୍ମାଣ କରାଯିବ। ଏଥିପାଇଁ ୨୨୧.୫୩କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି କାର୍ଯ୍ୟ ୩ବର୍ଷରେ ଶେଷ ହେବ।ରାସ୍ତାରେ ସେହି କଟକ-ଚାନ୍ଦବାଲି ବ୍ରାହ୍ମଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ ଆଉ ଏକ ଚାରିଥାକିଆ ସେତୁ ନିର୍ମାଣ ହେବ । ଏଥିପାଇଁ ୨୨୮.୯୯ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ମଧ୍ୟ ୩ବର୍ଷରେ ଶେଷ ହେବ।ଏହାବାଦ୍ ମହାନଦୀ ଉପରେ ଝାରସୁଗୁଡ଼ା ଜିଲ୍ଲାର ପୂଜାରୀପଲ୍ଲୀ ଘାଟ ଠାରେ ଏକ ସେତୁ ନିର୍ମାଣ କରି ବରଗଡ଼ ଜିଲ୍ଲାର ଜରିମୂଲିକୁ ସଂଯୋଗ କରାଯିବା ଏହି ପ୍ରକଳ୍ପଟି ପୁରୁଣା ଏନ୍‌ଏଚ୍-୨୦୦ ବା ବର୍ତ୍ତମାନର ଏନ୍‌ଏଚ୍-୪୯କୁ ବରଗଡ଼ ଜିଲ୍ଲାର ଡୁଙ୍ଗୁରୀ ସହିତ ସଂଯୋଗ କରିବା ଏଥିପାଇଁ ୨୩୯ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି| ଏହା ମଧ୍ୟ ୩ବର୍ଷରେ ଶେଷ ହେବାକୁ ଧାର୍ଯ୍ୟ କରାଯାଇଛି।