Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଙ୍ଗାରୁ କୋର୍ଟ ରେ ଛେଳି ଚୋର ଙ୍କୁ ପିଟି ପିଟି ହତ୍ୟା।

ସମ୍ବଲପୁର ଜିଲ୍ଲା ଠେଲକଲୋଇ ଥାନା ଅନ୍ତର୍ଗତ ତିଲେଇମାଲ ରେ କଙ୍ଗାରୁ କୋର୍ଟ ରେ ଜଣେ ଛେଳି ଚୋରା ଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଠେଲକଲୋଇ ଥାନା ଅନ୍ତର୍ଗତ ତିଲେଇମାଲ ଅଞ୍ଚଳରୁ ନିୟମିତ ଛେଳି ଚୋରି ହେଉଥିଲା। ଗ୍ରାମବାସୀ ଛେଳି ଚୋରି କରୁଥିବା ତିଲେଇମାଲ ଓରାମ ପଡା ର ଚନ୍ଦନ ଓରାମ କୁ ଧରିଥିଲେ। ଗାଁ ରେ ଜନ ପ୍ରତିନିଧି ଙ୍କ ଉପସ୍ଥିତି ରେ କଙ୍ଗାରୁ କୋର୍ଟ ବସିଥିଲା। କଙ୍ଗାରୁ କୋର୍ଟ ରେ ଚନ୍ଦନ କୁ ୱାର୍ଡ ମେମ୍ବର ତୀର୍ଥ ଓରାମ, ମୁନିଲାଳ ଓରାମ, ମିଥୁନ ଓରାମ, ମହାକାନ୍ତ ଓରାମ, ପଞ୍ଚାନନ ଓରାମ ପ୍ରବଳ ମାଡ଼ ମାରିଥିଲେ। ଚନ୍ଦନ କୁ 20 ହଜାର ଟଙ୍କା ର ଦଣ୍ଡ ଗଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଚନ୍ଦନ ଙ୍କ ପରିବାର ଲୋକେ ରାଜି ହୋଇ ତାଙ୍କୁ ମୁକୁଲେଇ ଆଣିଥିଲେ। ରାତିରେ ଶୋଇଥିବା ବେଳେ ଚନ୍ଦନ ଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପ୍ରବଳ ମାଡ଼ ଯୋଗୁଁ ଚନ୍ଦନ ଙ୍କ ମୃତ୍ୟ ହୋଇଛି ବୋଲି ଚନ୍ଦନ ଙ୍କ ସ୍ତ୍ରୀ ଥାନା ରେ ଅଭିଯୋଗ କରିବାରୁ ପୋଲିସ ମାମଲା କୁ ଗୁରୁତ୍ଵ ସହିତ ନେଇ ତଦନ୍ତ କରି ମାଡ଼ ମାରିଥିବା ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ଜନ ପ୍ରତିନିଧି କିପରି ଜଣେ ଲୋକଙ୍କୁ ପଶୁ ପରି ଅତ୍ୟାଚାର କରିବା ତାହା ଅଞ୍ଚଳରେ ଆଲୋଡନ ଖେଲେଇ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ