Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ଆରୋହୀ ଅବସ୍ଥା ସଙ୍କଟାପନ୍ନ

ଜମନକିରା : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ରାଜରାସ୍ତା ୫୩ ବଡକୁଣ୍ଢେଇସରା ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ଦେବଗଡ ଜିଲ୍ଲା ବାରକୋଟ ଥାନା ସଇଡ଼ା ପଞ୍ଚାୟତ ଜାଲିସୁଆଁ ଗାଁର ତନ୍ମୟ କୁମାର ନାଏକ ( ୨୬) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ବାଇକ୍ ରେ ବସିଥିବା ଆରୋହୀ ଲିଙ୍ଗରାଜ ଖୁଣ୍ଟିଆ(୨୫) ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡ଼ାକ୍ତରଖାନାକୁ ପଠେଇ ଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗୁରୁତର ଲିଙ୍ଗରାଜ କୁ ପ୍ରଥମେ ବୁର୍ଲା ପରେ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ଗୁପ୍ତା ନର୍ସିଂ ହୋମ କୁ ପଠେଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି।
ପୋଲିସର ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ସାଢେ଼ ୭ ଟା ସମୟର ତନ୍ମୟ ଓ ସାଙ୍ଗ ଲିଙ୍ଗରାଜ ନିଜ ଘର ଜାଳିସୁଆଁ ରୁ ଏକ ବାଇକ୍ ଯୋଗେ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ବଡକୁଣ୍ଢେଇସରା ରାଜରାସ୍ତାରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଚାଳକ ତନ୍ମୟର ମୃତ୍ୟୁ ହୋଇ ଯାଇଥିଲା। ପୋଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀ ମାନେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ତନ୍ମୟ କୁ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ। ତତ୍ ସଙ୍ଗେ ସଙ୍ଗେ ଲିଙ୍ଗରାଜ କୁ ଚିକିତ୍ସା ପାଇଁ ବୁର୍ଲା କୁ ସ୍ଥାନାନ୍ତରିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ