Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ବିରିଗୁଡା ଗାଁ ରେ ନାଟକ ସମୟରେ ଗ୍ୟାଙ୍ଗ ରେପ ଘଟଣା…. ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ…  ବିରିଗୁଡା ଗାଁ ରେ ପହଂଚି କୋରାପୁଟ ଏସପି କରିଛନ୍ତି ତଦନ୍ତ ..

ଲକ୍ଷ୍ମୀପୁର ୧୧/୦୨ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ବିରିଗୁଡା ଗାଁ ରେ ନାଟକ ସମୟରେ ଗ୍ୟାଙ୍ଗ ରେପ ଘଟଣା ରେ
  ବିରିଗୁଡା ଗାଁ ରେ ପହଂଚି କୋରାପୁଟ ଏସପି  ରୋହିତ ବର୍ମା କରିଛନ୍ତି ତଦନ୍ତ।ଘଟଣା ରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି କୋରାପୁଟ ଏସପି…ବିରିଗୁଡା ଗାଁ ରେ ଗ୍ୟାଙ୍ଗ ରେପ ଘଟଣା ରେ ଚାରିଜଣଙ୍କୁ ଗିରଫ କରାଯାଇ ଥିବା ବେଳେ ଲକ୍ଷ୍ମୀପୁର ଡାକ୍ତରଖାନା ରେ ଚାରିଜଣ ଙ୍କ ର  ଡାକ୍ତରୀ ମାଇନା କରା ଯାଇଛି..ଶୁକ୍ରବାର ଠାରୁ ବିରିଗୁଡା ଗାଁ ରେ ଚାଲିଥିବା ବୁଢୀ ଠାକୁରାଣୀ ଯାତ୍ରା ଅବସର ରେ ଗାଁ ରେ ପୌରାଣିକ ନାଟକ  ଶନିବାର ରାତ୍ର ରେ ମଞ୍ଚସ୍ଥ କରାଯାଇଥିଲା। ନାଟକ ଦେଖିବା ସକାଶେ ଆଖପାଖ ଗାଁ ର ହଜାର ହାଜର ଲୋକଙ୍କ ସମାଗମ ହୋଇଥିଲା। ବିଳମ୍ବିତ ରାତ୍ର ରେ ନାଟକ ଚାଲିଥିବା ବେଳେ ପରଡ଼ିଗୁଡା ଗାଁ ର ଜଣେ ନାବାଳିକା ଝିଅ ନିଜ ସାଙ୍ଗ ସହ ନାଟକ ମଞ୍ଚସ୍ଥ ହୋଉଥିବା ସ୍ଥାନରୁ ଅଳ୍ପ ଦୂରରେ ଯାଇ କଥା ହଉଥିଲା। ନାବାଳିକା ଝିଅ କଥା ହଉଥିବା ସମୟରେ ୪ ଜଣ ଯୁବକ  ନାବାଳିକା ର ସାଙ୍ଗ କୁ ଅତର୍କିତ ଆକ୍ରମଣ କରି ଝିଅ କୁ ପାହାଡ଼ ଉପରେ ନେଇଁ ଗଣ ଦୁଷ୍କର୍ମ କରାଯାଇଥିବା ଲକ୍ଷ୍ମୀପୁର ଥାନା ରେ ଅଭିଯୋଗ ହୋଇଥିଲା। ଆଜି ଘଟଣା ସ୍ଥଳ ଓ ନାଟକ ମଞ୍ଚସ୍ଥ ହୋଇଥିବା ସ୍ଥାନ ପରିଦର୍ଶନ କରିଛନ୍ତି କୋରାପୁଟ ଏସପି।ଅନ୍ୟ ପକ୍ଷରେ ନାବାଳିକା ର ମଧ୍ୟ ଡାକ୍ତରୀ ମାଇନା କରାଯାଇଛି କୋରାପୁଟ ଏସ ଏଲ ଏନ  ମେଡିକାଲ କଲେଜ ଠାରେ। ଏହି ସମ୍ବେଦନ ଶିଳ ଘଟଣା ରେ ପରିବାର ର ଅନେକ ସଦସ୍ୟ  ନରି ମାଣ୍ଡିଙ୍ଗା,ଶ୍ୟାମ ମାଣ୍ଡିଙ୍ଗା ଓ ବିବନ୍ତି ନାଚିକା ଭଳି ଲୋକେ ପୀଡିତା କୁ ନ୍ୟାୟ ପ୍ରଦାନ କରାଯିବା ସହ ଦୋଷୀ କୁ ଉଚିତ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି। ଅନ୍ୟ ପକ୍ଷ ରେ ସାମ୍ବାଦିକ ସମ୍ମିଳନି ରେ ପୀଡିତା ଙ୍କୁ ନ୍ୟାୟ ପ୍ରଦାନ କରାଯିବା ସହ ସରକାର ଙ୍କ ନିୟମ ପ୍ରକାରେ ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ।ଗିରଫ ଚାରି ଜଣଙ୍କ ମଧ୍ୟରେ ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ତୁଳସୀ ଛପର ଗ୍ରାମର ନାଗେଶ୍ୱର ମାଝୀ ୨୫, ଦେବ ମାଝୀ ୨୧, ସୋନୁ ମାଝୀ ୨୧, ଅମିନ ମାଝୀ ୨୦ ରହିଛନ୍ତି।ଏମାନଙ୍କ ନାମରେ ଦଫା ୧୩୭(୨) /୧୧୫(୨) /୭୦(୨)ବିଏନଏସ /ଆର. ଡବ୍ଲୁ. ଦଫା ୬ ପୋକଶୋ ଦଫା ମାମଲା ରୁଜୁ କରାଯାଇଥିବା ପୋଲିସ ସୂଚନା ଦେଇଛି. ସାମ୍ବାଦିକ ସମ୍ମିଳନି ରେ ପ୍ରୋବେସନାଲ ଆଇପିଏସ ଆଶିଷ ମୂର୍ତ୍ତି ରେଡି, ଅତିରିକ୍ତ ଏସପି ମନୋଜ କୁ ପୂଜାରୀ,ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ, କାକିରିଗୁମା ଆଇଆଇସି ଡମ୍ବୁରୁ ଧର ବାତ୍ରିଆ , ନାରାୟଣପାଟଣା  ଆଇଆଇସି ପ୍ରମୋଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ