Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ସୋନପୁର ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ସି ୧ ଏସି କୋଚର ତଳ ଭାଗରେ ନିଆଁ ଲାଗିଥିବା ଜଣାପଡିଛି। ପ୍ରବଳ ଧୂଆଁ ବାହାରିବାରୁ ମଞ୍ଚେଶ୍ୱର ରେଳଷ୍ଟେସନରେ ଟ୍ରେନକୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି। ସୂଚନା ମୁତାବକ, ସୋନପୁର ଇଣ୍ଟରସିଟି ଏକ୍ସପ୍ରେସରେ ଯାତ୍ରା କରୁଥିବା ବେଳେ ସି ୧ ଏସି କୋଚର ତଳ ଭାଗରେ ହଠାତ୍ ନିଆଁ ଲାଗି ଯାଇଥିଲା। ଟ୍ରେନଟି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରାୟ ୩୦ ମିନିଟ୍ ପରେ ଟ୍ରେନଟି ଗନ୍ତବ୍ୟସ୍ଥଳକୁ ଯାଇଥିବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ