ଜମନକିରା : ସରକାର ଯୋଜନା କରନ୍ତି। ଏହାର ସୁଫଳ ପାଇଁ । କିନ୍ତୁ ସରକାରୀ ନିଷ୍ପତ୍ତିରେ ରହିଯାଉଥିବା ତୃଟୀ ଯୋଗୁଁ ସଫଳତା ପଛରେ ବିଫଳ ଦିଗର ଚିତ୍ର ବାରି ହୋଇପଡେ। ଏଭଳି ଏକ ଚିତ୍ର ଜମନକିରା ବ୍ଲକ ଚିନିମହୁଲରୁ ଜଣେ ଛାତ୍ର ସମ୍ବଲପୁର ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣି ଦେଖାଇଛନ୍ତି ନିୟମ ବଦଲାଇକୁ ଏକ ଦୃଷ୍ଟାନ୍ତ ମୂଳକ ମାନବିକତାର ପରିବର୍ତ୍ତନର ଆବଶ୍ୟକତା। ଶେଷରେ ବିଳମ୍ଭରେ ହେଲେ ମଧ୍ୟ୍ୟ ସରକାର ନିଜର ଉତ୍ତର ଦାୟିତ୍ୱ ଦେଖାଇ ନବମ ଓ ଦଶମ ଶ୍ରେଣୀର ଶିକ୍ଷାର୍ଥୀ ମାନଙ୍କୁ ମଧ୍ୟାହ୍ନ ଭୋଜନରେ ସାମିଲ କରାଇ ଲୋକଙ୍କ ସରକାର ଲୋକଙ୍କ ମନ କଥା ବୁଝିଥିବା ସ୍ପଷ୍ଟ କରିଛନ୍ତି। କେବଳ ବାଳିକା ମାନଙ୍କୁ ରାଜ୍ୟ ସରକାର ସାଇକେଲ ଦେଇ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରୁଥିବା ବେଳେ କେବଳ ଏହି ଗୋଟିଏ ସାଇକେଲ ପାଇଁ ଜଣେ ଛାତ୍ର କିପରି ପାଠ ଛାଡି ସ୍କୁଲ ଉପରେ ମୁହଁ ମୋଡି ଦେଇ ସ୍କୁଲ ମାଟି ମାଡି ନଥିବା କାହାଣୀ ପ୍ରକାଶ ପାଇବା ପରେ ସମସ୍ତ ହାଇସ୍କୁଲ ଶିକ୍ଷାର୍ଥୀଙ୍କୁ ସାଇକେଲ ଦେବା ଭଳି ରାଜ୍ୟ ସରକାରଙ୍କ ଘୋଷଣା କାହାକୁ ଅଛପା ନଥିବ।ଯାହାକି ମୁଣ୍ଢେନପାଲି ଉଚ୍ଚ ବିଦ୍ୟାଳୟ ଏହାର ନିଦର୍ଶନ ଥିଲା। ବର୍ତ୍ତମାନ ମଧ୍ୟାହ୍ନ ଭୋଜନରେ ପୁଣି ସେହି ମୁଣ୍ଢେନପାଲି ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ପାଇଁ ସରକାର ଏତେବଡ ପଦକ୍ଷେପ ନେଇଛନ୍ତି। ଅଙ୍କିତ ନାଥଙ୍କ ସରକାରଙ୍କୁ ଲେଖିଥିବା ଚିଠିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବଲପୁର ଜିଲ୍ଲାପାଳ ବଳିରାମ ବୋନ୍ଦର ପ୍ରେରଣ କରିଥିଲେ।ତା ପୂର୍ବରୁ ୨୦୨୪ ଫେବୃଆରୀ ୯ ତାରିଖରେ ମଧ୍ୟ ଅଙ୍କିତ ତତ୍କାଳୀନ ଜିଲ୍ଲାପାଳଙ୍କୁ ଜଣାଇ ଏହାର ଆଶୁ ସମାଧାନ ପାଇଁ ଗୁହାରୀ କରିଥିଲେ। କିନ୍ତୁ ସାଧାରଣ ନିର୍ବାଚନ ପାଇଁ ଏହା ପଡି ରହିଥିଲା।
ଏଠାରେ ସୂଚନା ଯୋଗ୍ୟଯେ, ପିଲାଙ୍କ ଡ୍ରପ ଆଉଟ୍ ହେବା କାରଣ ନେଇ ଏଭଳି ଏକ ବାସ୍ତବ ଚିତ୍ର ପଡିଆବାହାଲର ଜଣେ ସମାଜସେବୀ ଏହାକୁ ସାମ୍ନାକୁ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଣମାଧ୍ୟମର ସମ୍ବାଦ ସଂଲଗ୍ନ କରି ଏକ ଚିଠି ଲେଖିଥିଲେ। ଏହି ଘଟଣାବି ଥିଲା ଜମନକିରା ବ୍ଲକ୍ ମୁଣ୍ଢେନପାଲି ପଞ୍ଚାୟତର ଇନ୍ଦିରା ଗାନ୍ଧୀ ଆଦିବାସୀ ଉଚ୍ଚବିଦ୍ୟାଳୟର ଘଟଣା। ୨୦୦୯/୧୦ ମସିହାର କଥା। ନବମ ଶ୍ରେଣୀରେ ସୁଦାମ ଭୋଇ ନାମକ ଜଣେ ମାତ୍ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପାଠ ପଢୁଥିଲେ । ଦେଖିବାକୁ ଗଲେ ସୁଦାମ ଥିଲେ ସମସ୍ତଙ୍କ ମଧ୍ୟରୁ ଗରୀବ ଶ୍ରେଣୀର।କିନ୍ତୁ ସମସ୍ତ ଛାତ୍ରୀମାନଙ୍କୁ ସାଇକେଲ ଦିଆଗଲା କିନ୍ତୁ ଏକା ଛାତ୍ର,ଦୂର ଯାଗାରୁ ଆସୁଛନ୍ତି ପୁଣି ସମସ୍ତଙ୍କ ଠାରୁ ଗରୀବ ହୋଇବି ସରକାରଙ୍କ ଯୋଜନାରେ ସେ ଅଯୋଗ୍ୟ ହୋଇଥିବାରୁ ବହୁତ ମନସ୍ତାପ କଲେ।ନିଷ୍ପତ୍ତି ନେଲେ ସେ ସ୍କୁଲ ଯିବେ ନାହିଁ।ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସୁଦାମଙ୍କ ଭାଷାରେ ପାତର ଅନ୍ତର କହିଲେ। ପୁଣି କାହାକୁ ପ୍ରୋତ୍ସାହନତ କାହାକୁ ନିରୁତ୍ସାହ କରିବା ଭଳି ସରକାର ମାରଣ ନୀତି ଧରିଥିବା ତାଙ୍କ ମନର ପରିଭାଷାକୁ ପ୍ରକାଶ କରିଥିଲେ । ଯାହାକି ଏହି ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ ବିଭିନ୍ନ ସମ୍ବାଦ ପତ୍ରର ନଜରକୁ ନେବା ସହ ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ନେଇଥିଲେ । ଯାହାକି ପରବର୍ତ୍ତି ସମୟରେ ଓଡିଶା ସରକାର ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀଙ୍କୁ ସାଇକେଲ ବଣ୍ଟନ ଭଳି ନିୟମରେ ପରିବର୍ତ୍ତନ ଆଣିଥିଲେ ।ଅବଶ୍ୟ ନିଜର ପ୍ରିୟ ସହପାଠୀ ସୁଦାମର ଏ ମନ କଥା ଜାଣି ସମସ୍ତେ ଚାନ୍ଦା ସଂଗ୍ରହ କରି ସାଇକେଲ କିଣି ସୁଦାମକୁ ଉପହାର ଦେଇ ସ୍କୁଲକୁ ଫେରାଇ ଆଣିବାରେ ସହପାଠୀ ମାନଙ୍କ ଏହି ଭୂମିକା ନେଇ ସେହି ସମୟରେ ଅଧିକାଂଶ ଖବର କାଗଜର ପ୍ରଥମ ପୃଷ୍ଟା ମଣ୍ଡନ କରିଥିଲା। ଆଜିବି ସେଭଳି ଏକ ହୃଦୟସ୍ୱର୍ଶ୍ୱୀ ଓ ମାନବିକତାର କଥା ଉଠିଛି। ଜଣେ ସ୍କୁଲର ଖାଦ୍ୟମନ୍ତ୍ରୀ ତାଙ୍କ ସ୍କୁଲର ସମସ୍ତଙ୍କୁ ପେଟପୁରା ମଧ୍ୟାହ୍ନ ଭୋଜନ ଦେବାର ଯଥାର୍ଥତା ଯୁକ୍ତି ଉପସ୍ଥାପନା କରି ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଗୁହାରୀ କରିଛନ୍ତି।ଜମନକିରା ବ୍ଲକର ଚିନିମହୁଲ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଥିବା ଓ ସେହି ବିଦ୍ୟାଳୟର ଖାଦ୍ୟମନ୍ତ୍ରୀ ଦାୟିତ୍ୱ ନେଉଥିବା ଅଙ୍କେଶ କୁମାର ନାଥ ତାଙ୍କ ଉପର ଶ୍ରେଣୀ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ବଡ ଭାଇ ଭଉଣୀଙ୍କ ପେଟକୁ ମୁଠାଏ ଦାନା ଦେବାକୁ ଗୁହାରୀ କରିବା ଭଳି ଅଭିଯୋଗ ନୁହେଁତ ବରଂ ଏହାର ପ୍ରତିକାର ବ୍ୟବସ୍ଥା ସ୍ୱରୂପ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟିଥିଲେ ଓ ତାଙ୍କର ଏହି ପରାମର୍ଶ ଦେବା ଭଳି ଖବର ନିଶ୍ଚୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିବ ବୋଲି ସେ ସେତେବେଳେ ଆଶା ପ୍ରକାଶ କରିଥିଲେ। ଅସଲ କଥାଟି ମୁଖ୍ଯମନ୍ତ୍ରୀଙ୍କ ନିକଟରେ ପହଞ୍ଚିଲେ ଏଥିରେ ପରିବର୍ତ୍ତନର ସମ୍ଭାବନା ମଧ୍ୟ ରହୁଛି। ଏକ ଯଥାର୍ଥ କାରଣକୁ ନେଇ ଅଙ୍କେଶଙ୍କ ଏଭଳି ଯୁକ୍ତି ନିୟମରେ ପରିବର୍ତ୍ତନ ଆଣିବା ପାଇଁ ଏହି ଚିଠିକୁ ନେଇ ଜିଲ୍ଲାପାଳ ସରକାରଙ୍କୁମଧ୍ୟ୍ୟ ଜଣାଇବେ ବୋଲି ଅଙ୍କିତକୁ ପ୍ରତିଶୃତି ଦେଇଥିଲେ । ଅଷ୍ଟମ ଶ୍ରେଣୀ ପାଇଁ ସରକାରଙ୍କ ପୁର୍ବରୁ ନିୟମ ଥିଲା ଭିନ୍ନ,କିନ୍ତୁ ବର୍ତ୍ତମାନ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ସ୍କୁଲରେ ପାଠ ପଢୁଥିବା ଶୈଶବ ଠାରୁ କୈଶୋର ପର୍ଯ୍ୟନ୍ତ ପେଟପୁରା ଖାଦ୍ୟର ଆବଶ୍ୟକତା ରହିଛି । କିନ୍ତୁ ସେହି ଆଦର୍ଶ ବିଦ୍ୟାଳୟରେ କୌଣସି ବିକଳ୍ପ ବ୍ୟବସ୍ଥା ନଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଅଧିକାଂଶ ଛାତ୍ର ସକାଳ ୮ ଟାରୁ ଘରୁ ବାହାରି ସନ୍ଧ୍ୟା ୫ ଟାପରେ ଘରକୁ ଫେରୁଥିବାରୁ ଅନେକ ବିଦ୍ୟାର୍ଥୀ ଅନେକ ସମୟର ଭୋକିଲା ପେଟରେ ରହିଥାନ୍ତି।ଯାହା କୌଶୋର ସ୍ୱାସ୍ଥ୍ୟର ଶାରୀରିକ ସାମାଜିକ, ମାନସିକ ଓ ବୌଦ୍ଧିକ ବକାଶରେରେ ଏହାର ବଡ କୁ ପ୍ରଭାବ ପଡିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହୁଛନ୍ତି। କୌଶୋର ବୟସ ପର୍ଯ୍ୟନ୍ତ ଉପଯୁକ୍ତ ଖାଦ୍ୟ ଓ ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନହିଁ ସେମାନଙ୍କ ଉପଯୁକ୍ତ ଭବିଷ୍ୟତ ବୋଲି ଅଙ୍କେଶ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ। ନବମ ଓ ଦଶମ ଶ୍ରେଣୀର ଶିକ୍ଷାର୍ଥୀବି ମଧ୍ୟାହ୍ନ ଭୋଜନକୁ ଅନାଇ ରହୁଛନ୍ତି ।କିନ୍ତୁ ଗୋଟିଏ ସ୍କୁଲର ସଭିଙ୍କୁ ଏଥିରେ ସାମିଲ କରିବା ପାଇଁ ଓ କୈଶୋର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ବହନ କରି ଅଙ୍କେଶଙ୍କ ଏହି ଅସଲ କଥା ସେହି ସମୟରେ ନବୀନଙ୍କ ନିକଟରେ ପହଞ୍ଚି ପାରିଲା ନାହିଁ ସିନା ଲୋକଙ୍କ ସରକାରଙ୍କ ନିକଟରେ ଏହା ପହଞ୍ଚିବା ପରେ ବିଚାର ବିମର୍ଶ କରି ଶେଷରେ ଗୋଟିଏ ସ୍କୁଲରେ ପଢ଼ୁଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ମଧ୍ୟାହ୍ନ ଭୋଜନରେ ସାମିଲ କରିଥିବାରୁ ଅଙ୍କିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମଗ୍ର ଛାତ୍ର ସମାଜ ପକ୍ଷରୁ ଅଙ୍କିତ କୃତଜ୍ଞତା ଜଣାଇଛନ୍ତି। ଜମନକିରା ବ୍ଲକ ମୁଣ୍ଢେନପାଲି ଠାରୁ ସାମ୍ନାକୁ ଆସିଥିବା ଉଭୟ ଘଟଣାରେ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀଙ୍କ ପ୍ରଛଦ ଭୂମିକା ମଧ୍ୟ କିଛି କମ ନୁହେଁ।
ଜମନକିରା ମୁଣ୍ଢେନପାଲି ଦେଖାଇଲା ସରକାରଙ୍କୁ ବାଟ :ସାଇକେଲ ପରେ ମଧ୍ୟାହ୍ନ ଭୋଜନରେରେ ଆସିଲା ବଡ ନଜର
