Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଳକ ବିରିଗୁଡା ଗାଁ ରେ ଗଣ ଦୁଷ୍କର୍ମ ମାମଲା…ପୀଡିତା ଙ୍କ ପରିବାର କୁ ଭେଟିଲେ  ବିଜେଡ଼ି ର ୭ ଜଣିଆ ମହିଳା  ପ୍ରତିନିଧି ଦଳ…ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବୀ…ଆଦିବାସୀ ମୁଖ୍ୟମନ୍ତ୍ରୀ ଙ୍କ ରାଜ୍ୟ ରେ ଆଦିବାସୀ ମହିଳା ଅସୁରକ୍ଷିତ…

ଲକ୍ଷ୍ମୀପୁର ୧୩/୦୨ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ବିରିଗୁଡା ଗାଁ ରେ ଶନିବାର  ଦିନ ରାତ୍ର ରେ ହୋଇଥିବା ଗଣ ଦୁଷ୍କର୍ମ ମାମଲାରେ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ରେ ଏକ ୭ ଜଣିଆ ପ୍ରତିନିଧି ଦଳ ପରିବାର ସଦସ୍ୟ ଙ୍କୁ ଭେଟିଛନ୍ତି।କୋରାପୁଟ ଜିଲ୍ଲା  ବିଜେଡ଼ି ସଭାପତି ଝିନ ହିକକା ଙ୍କ ନେତୃତ୍ୱ ରେ ବିଜେଡ଼ି ର ମହିଳା ପ୍ରତିନିଧି ଦଳ ପୀଡିତା ଙ୍କ ଗାଁ ରେ ପହଂଚି କେଉଁ ଭଳି ସ୍ତିତି ରେ ଏଭଳି ଅମାନବୀୟ ଜଘନ୍ୟ ଘଟଣା ଘଟିଲା ତାହା ପରଖିବା ପରେ ସରକାର ଙ୍କୁ ଅନେକ ପ୍ରଶ୍ନ କରିଛନ୍ତି ।ପୀଡିତା ଙ୍କ ପରିବାର କୁ ରାଜ୍ୟ ସରକାର  ଙ୍କ ତରଫରୁ କଣ କ୍ଷତି ପୂରଣ ଦିଆଯାଇଛି କାହିଁକି ଏ ପର୍ଯ୍ୟନ୍ତ ପ୍ରକାଶ କରିନାହାନ୍ତି, ପୀଡିତା ଙ୍କ ପରିବାର କୁ ସରକାର କଣ ସୁରକ୍ଷା ଦେଇଛନ୍ତି, ୪ ଜଣଙ୍କୁ ଜେଲ ପଠାଇ ଚୁପ ବସିଛି ପୋଲିସ ପ୍ରଶାସନ,ଏଥିରେ ଆହୁରି ଏକାଧିକ ବ୍ୟକ୍ତି ସାମିଲ ଅଛନ୍ତି, ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରା ସମୁର୍ଣ୍ଣ ଭାବେ ଭୁଶୁଡି ପଡିଛି, ମାନସିକ ଭାବେ ପରିବାର ସଦସ୍ୟ ଚିନ୍ତିତ, ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦିଆଯାଉ, ଓଡିଶା ରେ ପ୍ରତ୍ୟକ ଦିନ ଆଦିବାସୀ ଝିଅ ନିର୍ଯ୍ୟାତିତ ହଉଛନ୍ତି, ଓଡିଶା ର ମୁଖ୍ୟମନ୍ତ୍ରୀ ଆଦିବାସୀ ସାମ୍ପ୍ରଦାୟର ଓ ଗୃହ ବିଭାଗ ତାଙ୍କ ହାତରେ ଥାଇ କାହିଁକି ଏମିତି ଘଟଣା ହଉଛି, ସମ୍ପୂର୍ଣ ଭାବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବୀ କରି ଛନ୍ତି ମହିଳାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବର୍ତ୍ତମାନ ସୁଧା ମୁଖ୍ୟମନ୍ତ୍ରୀ ଆଦିବାସୀ  ଅନାଥ ଝିଅ  ଙ୍କ ପ୍ରତି ଟିକିଏ ସମବେଦନା ମଧ୍ୟ ଜଣାଇ ନାହାନ୍ତି।ଶାନ୍ତି ପୁର୍ଣ ଅଞ୍ଚଳ ବର୍ତ୍ତମାନ ଅଶାନ୍ତ ହୋଇ ପଡିଛି ବୋଲି ମହିଳା ଟିମ ଗଣ ମାଧ୍ୟମ କୁ କହିଛନ୍ତି..ଏହି ଟିମ ରେ ବିଜେଡ଼ି ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ,  କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,  ରାୟଗଡା ଜିଲ୍ଲା ପରିଷଦ ଅଧ୍ୟ୍ୟକ୍ଷା ସରସ୍ବତୀ ମାଝୀ,ବିଜେଡ଼ି ନେତ୍ରୀ କୌଶଲ୍ୟା ହିକକା,  କୋରାପୁଟ ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି,କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା, ପୂର୍ବତନ ବିଧାୟକ ରଘୁ ରାମ ପଡାଲ,ପୂର୍ବତନବିଧାୟକ ପ୍ରଭୁ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆପେଣ୍ଟ ସରପଞ୍ଚ ବଂଶୀ ଧର ମାଣ୍ଡିଙ୍ଗା ଓ ବୁର୍ଜା ସରପଞ୍ଚ ଜଲୀ ମିନିୟାକା  ଙ୍କ ସମେତ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ…
ମହିଳା ପ୍ରତିନିଧି ଦଳ ଏଠାରୁ କୋରାପୁଟ ରେ ପହଂଚି ଏସପି ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଏସପି ମନୋଜ କୁମାର ପୂଜାରୀ ଙ୍କ ସହ ସାକ୍ଷାତ କରିବା ପରେ ଆଲୋଚନା କରି ଫେରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ