Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନଗରସ୍ତରୀୟ ମହିଳା ଆରୋଗ୍ଯ ସମିତି ସମ୍ମିଳନୀ-୨୦୨୪-୨୦୨୫

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ନଗରସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡ. ସୁଜାତାରାଣୀ ମିଶ୍ର ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ସମ୍ମିଳନୀ ରେ ନଗର ସ୍ୱାସ୍ଥ୍ୟ ଅଧିକାରୀ ଡ. ମହେନ୍ଦ୍ର ନନ୍ଦ, ପ୍ରୋଗ୍ରାମ ମ୍ଯାନେଜର ସୁକାନ୍ତ ମିଶ୍ର, ଡ଼ିପିଏମ ମୌସୁମୀ ଦାସ , ସିପିଏମ ଙ୍କ ସମେତ DPMU, NHM ର କର୍ମଚାରୀ, ANM କର୍ମଚାରୀ, ଆଶା କର୍ମଚାରୀ, ମହିଳା ସଭ୍ଯ ସମିତିର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।ଶ୍ରୀ ସୁକାନ୍ତ ମିଶ୍ର ନିଜ ଅଭିଭାଷଣ ରେ ମହିଳା ଆରୋଗ୍ୟ ସମିତି ସମ୍ବିଳନୀ ର ଉଦେଶ୍ୟ ଓ ସମିତି ର ବିଭିର୍ନ ସଫଳତା ଉପରେ ଆଲୋଚନା କରିଥିଲେ। ମହିଳା ଆରୋଗ୍ଯ ସମିତି, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଆଜି ଯଦି ସହରାଞ୍ଚଳରେ ବହୁମାତ୍ରା ରେ ଟୀକାକରଣ ହୋଇପାରଛି କିମ୍ବା ପରିବାର କଲ୍ୟାଣ ର ବାର୍ତ୍ତା, ସ୍ୱାସ୍ଥ୍ୟସେବା ର ସଚେତନତା ବାର୍ତ୍ତା ଲୋକ ମାନଙ୍କ ପାଖରେ ପହଞ୍ଚିପାରିଛି, ତାହା କେବଳ ମହିଳା ଆରୋଗ୍ଯ ସମିତି ର ଅବଦାନ ଯୋଗୁ ହୋଇପାରିଛି। ବର୍ତ୍ତମାନ କେବଳ ସମ୍ବଲପୁର ନୁହେଁ ବରଂ ସାରା ଓଡିଶାର ସହରାଞ୍ଚଳ ରେ ଥିବା ବସ୍ତି ମାନଙ୍କର ନିର୍ମଳ ରଖିବାରେ ମଧ୍ୟ ସମିତି ର ଅବଦାନ ରହିଛି। ମହିଳା ଆରୋଗ୍ଯ ସମିତି ର ଅବଦାନ ପାଖେ ଆମେ ଚିର ନମସ୍ୟ ବୋଲି ପ୍ରକାଶ କରିଥିଲେ, ତାଙ୍କର ଭୂମିକା ସାରା ଦେଶରେ ପ୍ରଶଂସିତ।ଆଗାମୀ ଦିନରେ ସମିତି ସଦସ୍ୟା ମାନଙ୍କୁ ସଂଘବଦ୍ଧ ଭାବରେ ସୁଦୃଢ ହୋଇ କାମ କରିବାକୁ ଅନୁରୋଧ କରିଥିଲେ, ଯାହାଫଳରେ ସୁସ୍ଥ ଘର ହେଲେ ସୁସ୍ଥ ପରିବେଶ ହୋଇପାରିବ ସୁସ୍ଥ ପରିବେଶ ହେଲେ ସୁସ୍ଥ ସହର ହୋଇପାରିବ, ସୁସ୍ଥ ସହର ହେଲେ ସୁସ୍ଥ ଦେଶ ହୋଇପାରିବ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡ. ସୁଜାତାରାଣୀ ମିଶ୍ର, ମହିଳା ଆରୋଗ୍ୟ ସମିତି ସଦସ୍ୟା ମାନଙ୍କୁ ନିଜର କାର୍ଯ୍ୟ କିପରି ଆହୁରି ସୂଚାରୁ ରୂପେ କରିପାରିବେ, ସେଥି ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ଡ଼ିପିଏମ ମୌସୁମୀ ଦାସ ଉପସ୍ଥିତ ମହିଳା ଆରୋଗ୍ୟ ସମିତି ସଦସ୍ୟା ମାନଙ୍କ ର କାମ କୁ ପ୍ରଶଂସା କରିଥିଲେ ଏବଂ ମହିଳା ଆରୋଗ୍ଯ ସମିତି ଦ୍ୱାରା କରାଯାଉଥିବା ବିଭିନ୍ନ ଅଭିନବ ପ୍ରୟାସ ଉପସ୍ଥାପାନ କରିଥିଲେ। ଶେଷରେ ସେ ସଦସ୍ୟା ମାନଙ୍କୁ ଆଶା ଓ ଏଏନଏମ କର୍ମଚାରୀ ଙ୍କୁ ସ୍ୱାସ୍ଥ୍ୟ ସେବା, ମାତୃ ସ୍ୱାସ୍ଥ୍ୟ ଏବଂ ଶିଶୁ ସୁରକ୍ଷା ବିଷୟରେ ସଚେତନତା ବାର୍ତ୍ତା ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବା ପାଇଁ ଆହୁରି ପ୍ରଚେଷ୍ଠା କରିବାକୁ କହିଥିଲେ। ସୂଚନା ଅନୁଯାଇ ସମ୍ବଲପୁର ମହାନଗର ନିଗମ ଠାରେ ୧୯୮ ଗୋଟି ଆଶା ୨୩୩ ଗୋଟି ମହିଳା ଆରୋଗ୍ୟ ସମିତି ବସ୍ତି ସ୍ତରରେ କାର୍ଯ୍ୟ କରୁଛନ୍ତି l ସେମାନେ ବସ୍ତି କୁ ସଫାସୁତୁରା ରଖିବା ,ଆନୁଷ୍ଠାନିକ ପ୍ରସବ କରାଇବା, ପ୍ରତେକ ଶିଶୁ କୁ ଟୀକାକରଣ କରାଇବା ସହିତ ପରିବାର ନିୟୋଜନ କାର୍ଯ୍ୟ ରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି lସେମାନଙ୍କର କାର୍ଯ୍ୟ କୁ ସମୀକ୍ଷା କରି ୯୦ ଗୋଟି ମହିଳା ଆରୋଗ୍ୟ ସମିତି କୁ ୩୦୦୦ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l ପୁରୁଷ ବନ୍ଧ୍ୟାକରଣ ,ମହିଳା ବନ୍ଧ୍ୟାକରଣ ଓ ଅଣ ସଂକ୍ରାମକ ରୋଗ ଚିହ୍ନଟ କ୍ଷେତ୍ରରେ ବିଶେଷ ଅବଦାନ ହେତୁ ୩ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ, ୮ ଗୋଟି ଆଶା ଦିଦି ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଧନୁପାଲୀ ଏନକ୍ୱାସ ମାନ୍ୟତା ପାଇଥିବାରୁ ଡାକ୍ତରଖାନା ର ପ୍ରତେକ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ପରେ ପରେ ମହିଳା ଆରୋଗ୍ୟ ସମିତି ଓ ଆଶା ଦିଦି ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପଲ୍ଲବୀ ରଏ ପରିଚାଳନା କରିଥିବା ବେଳେ ନିକୁରଞ୍ଜନ ପ୍ରତିହାରୀ,କଳ୍ପା ପରମାର,ମଳୟ ରଞ୍ଜନ ପାଣିଗ୍ରାହୀ, ବାଲେଶ୍ୱର ବିଶି ,ସ୍ଵର୍ଣ୍ଣଲତା ପଣ୍ଡା ,ବନ୍ଦନା ନାୟକ, ଭାରତୀ ନାୟକ ,ସୋଭାଗ୍ୟ ପାତ୍ର , ସୁପ୍ରଭାତ ସାହୁ ,ଲିପ୍ସାରାଣୀ ସାହୁ, ମଧୁମିତା ପାଣି , ବର୍ଣାଳୀ ପ୍ରଧାନ ,ଡି.ଏନ ସିଂଦେଓ ,ବିଜୟ ଲକ୍ଷ୍ମୀ ନାୟକ, ଶର୍ମିଷ୍ଠା ପ୍ରଧାନ ,ସିରେନ୍ଦ୍ରୀ ବlର୍ଲା ଦିଲୀପ କୁମାର ନନ୍ଦ ,ମାନସ ରଞ୍ଜନ ପୁରୋହିତ ପ୍ରଭୁତି ସହଯୋଗ କରିଥିଲେ l