Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ବାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି

ୱାଶିଂଟନ: ହ୍ବାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଏହା ଆମେରିକାକୁ ମୋଦିଙ୍କ ପ୍ରଥମ ଗସ୍ତ। ଏହି ଗସ୍ତ ଭାରତ-ଆମେରିକା ସମ୍ପର୍କ ଆହୁରି ଦୃଢ ପାଇଁ ଆହ୍ୱାନ କରାଯାଇଥିବା ବେଳେ ମୋଦିଙ୍କୁ ଗ୍ରେଟ୍ ଲିଡର କହିଛନ୍ତି ଟ୍ରମ୍ପ। ସେହିପରି ବାଣିଜ୍ୟ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପ-ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ୨୦୩୦ ସୁଦ୍ଧା ଆମେରିକା ଓ ଭାରତର ବାଣିଜ୍ୟ କାରବାର ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ମୋଦି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଓ୍ବାଲ୍ଟଜଙ୍କୁ ମଧ୍ଯ ଭେଟିଥିଲେ।