ଆଜିର ରାଶିଫଳ


ମେଷ: ଆଜି କୌଣସି ଖୁସି ଖବର ମିଳିପାରେ। ଭାବନାତ୍ମକ ଭାବେ ଶକ୍ତିଶାଳୀ ଏବଂ ଉତ୍ସାହିତ ଅନୁଭବ କରିବେ। କାମରେ ବ୍ୟସ୍ତ ରହିବେ କିନ୍ତୁ ଫଳାଫଳ ଆପଣଙ୍କ ପକ୍ଷରେ ରହିବ।

ବୃଷ: ଜମି-ଜାଗାକୁ ନେଇ କୌଣସି ସମସ୍ୟା ରହିଥିଲେ ଆଜି ଏହାର ସମାଧାନ ହେବାର ସମ୍ଭାବନା ଅଛି। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବଢିବ। ଯୁବକମାନେ ଭବିଷ୍ୟତ ଯୋଜନାରେ ଅନୁଭବୀ ଲୋକଙ୍କ ସହଯୋଗ ପାଇବେ।

ମିଥୁନ: ସାମାଜିକ ଏବଂ ପରିବାରିକ କାର୍ଯ୍ୟକଳାପରେ ଆପଣଙ୍କ ଅଂଶୀଦାରୀ ରହିବ। ଲୋକେ ଆପଣଙ୍କ କଥାକୁ ଗୁରୁତ୍ବ ଦେବେ। ଅର୍ଥିକ ପରିସ୍ଥିତିରେ ଉନ୍ନତି ଆସିବ। ମନୋକାମନା ପୂର୍ଣ୍ଣ ହେବ।

କର୍କଟ: ଗୁରୁତ୍ୱପୂର୍ଣ୍ଣ କାମ ସଫଳତାର ସହ ହାସଲ କରିପାରିବେ। ଆତ୍ମୀୟମାନଙ୍କ ଆଗମନ ହେବ। ସକାରାତ୍ମକ ଭାବନା ଦେଖାଦେବ।

ସିଂହ: ସଫଳତାମୟ ଦିନ ରହିବ। ନିଜ କ୍ଷମତାର ଉଚିତ ବ୍ୟବହାର କରନ୍ତୁ। ମିତ୍ର ବା ପରିବାରର ସହଯୋଗରେ ଅଟକିଥିବା କାମ ସମାପ୍ତ ହେଇପାରେ।

କନ୍ୟା: ଗୁରୁତ୍ୱପୂର୍ଣ୍ଣ କାମର ପାଇଁ ଗ୍ରହ ଦଶା ଅନୁକୂଳ ରହିଛି। ଅର୍ଥର ଅପଚୟ କରନ୍ତୁ ନାହିଁ। ମନରେ ଶାନ୍ତି ଏବଂ ଉତ୍ସାହ ଭରି ରହିବ।

ତୁଳା: ଦିନଟି ମିଶ୍ର ପ୍ରଭାବ ପକାଇବ କିନ୍ତୁ ଅପ୍ରତ୍ୟାଶିତ ଭଲ ଫଳ ମିଳିପାରେ।

ବିଛା: ନିଜ କାମକୁ ନୂଆ ରୂପ ଦେବା ପାଇଁ ଯୋଜନା ବନାଇବେ। ଯାହା ଲାଭଦାୟକ ହେବ। ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ରଖିବେ। ନିଜ ଲୋକପ୍ରିୟତା ବୃଦ୍ଧି କରିବାକୁ ପ୍ରଚେଷ୍ଟା କରିବେ।

ଧନୁ: ଆଜି ଇଚ୍ଛା ଅନୁଯାଯୀ କାମ ହେବାର ସମ୍ଭାବନା ଅଛି। ପରିବାରର ସହଯୋଗ ମିଳିବ।

ମକର: ଆଜି ବ୍ୟବହାରିକ ଭାବେ ନିଷ୍ପତ୍ତି ନେବା ଜରୁରୀ। ନିଜର ଶକ୍ତିକୁ ସକାରାତ୍ମକ ରଖନ୍ତୁ। ଅତ୍ୟଧିକ ରାଗ ଏବଂ ଅଧୈର୍ଯ୍ୟ ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରେ।

କୁମ୍ଭ: ସମୟ ସହିତ ସକ୍ରିୟ ରହିବା ଆବଶ୍ୟକ। ମହତ୍ୱପୂର୍ଣ୍ଣ କାମ ନିଜେ କରିବା ଉଚିତ। ଅତ୍ୟଧିକ ଆତ୍ମକେନ୍ଦ୍ରିତ ହେଲେ ନିକଟ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡ଼ିପାରେ।

ମୀନ: ଘରର ସଦସ୍ୟଙ୍କ ଉପଲବ୍ଧିରେ ଖୁସି ହେବେ। ଏହି ସମୟ ଜମି-ଜାଗା ସମ୍ବନ୍ଧୀୟ କାମ ସମାପ୍ତ କରିବା ପାଇଁ ଉତ୍ତମ ରହିବ।