ଜୈବିକ ଚାଉଳରୁ ପ୍ରସ୍ତୁତ ହେବ ମହାପ୍ରସାଦ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଜୈବିକ ଚାଉଳରୁ ପ୍ରସ୍ତୁତ ହେବ ମହାପ୍ରସାଦ। ତେବେ ପ୍ରାରମ୍ଭିକ ପର୍ୟ୍ୟାୟରେ ଶ୍ରୀମନ୍ଦିର କୋଠଭୋଗରେ ବ୍ୟବହାର କରାଯିବ ଜୈବିକ ଚାଉଳ । ‘ଅମୃତ ଅନ୍ନ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ ତିଆରି ହେବ। ଯାହାପରେ ଏହି ଭୋଗ ଆନନ୍ଦବଜାରରେ ଭକ୍ତଙ୍କୁ ମିଳିବ। ଅପରପକ୍ଷରେ ଏଥିପାଇଁ ଏକ ପରିଚାଳନା କମିଟି ଗଠନ କରାଯିବ ବୋଲି ଜଣାପଡିଛି।