Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଖିଳ ଭାରତୀୟ ଅଘରିଆ ସମାଜ ରାଜ୍ୟ ମହା ସମ୍ମିଳନୀ ଉଦଘାଟିତ : ପବିତ୍ର ମାଟି ସଂଗ୍ରହ

ଅଖିଳ ଭାରତୀୟ ଅଘରିଆ ସମାଜ,ଓଡ଼ିଶା ରାଜ୍ୟ ଶାଖାର ଦଶମ ପ୍ରାନ୍ତୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇ ଯାଇଛି ।ଏହି ଉପଲକ୍ଷେ ଆଜି ଲଇଡାସ୍ଥିତ ଅଘରିଆ ଧାମ ରୁ ପବିତ୍ର ମାଟି ସଂଗ୍ରହ ହୋଇ ଯାଇଛି । ଏହି ଉପଲକ୍ଷେ ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଅଘରିଆ ଧାମ ରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭା ଯାତ୍ରାରେ ଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା ।ଏହା ପରେ ଧାମ ରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଝାରସୁଗୁଡ଼ା ଦେଇ ସଭା ସ୍ଥଳ ସବଡେଗା କୁ ଯାଇ ଏକ ଶୋଭା ଯାତ୍ରା ରେ ଯାଇ ପବିତ୍ର ମାଟିକୁ ସ୍ଥାପନ କରା ଯାଇ ଥିବାର ଜଣା ଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ ସୁବାସ ନାୟକ ,ପୂର୍ବତନ ସଭାପତି ଗଙ୍ଗାଧର ନାଏକ, ଉପ ସଭାପତି ସ୍ନେହଲତା ପଟେଲ,ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ପଟେଲ, ସମ୍ପାଦକ ସନାତନ ନାଏକ, ଉପଦେଷ୍ଟା ଦିଲ୍ଲୀପ ପଟେଲ, ଗାଙ୍ଗପୁର ଅଞ୍ଚଳ ସଭାପତି ଯଶୋବନ୍ତ ନାଏକ, ଲଇଡା ଆଞ୍ଚଲିକ ସଭାପତି ବିନୟ ଚୌଧୁରୀ, ରାଜ୍ୟ ଯୁବ ସଭାପ୍ତି ପୀତବାସ ନାଏକ ,ରଞ୍ଜନ ପଟେଲ, ଶେଷଦେବ ପଟେଲ, କବିର ନାୟକ, ଡ ସୁରେନ୍ଦ୍ର ପଟେଲ ,କିରଣ ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ