Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁଳି ନମିଳିଲେ ଆନ୍ଧ୍ରରେ ମିସିବୁ : ନାରାୟଣପାଟଣା ବ୍ଲକ ବାସିନ୍ଦା

ଦୀର୍ଘ ଏକ ମାସ ହେବ ବିଜୁଳିର ଲୁଚକାଳି ଖେଳରେ ଅସ୍ତବ୍ୟସ୍ତ ହେଉଛନ୍ତି ନାରାୟଣପାଟଣା ବ୍ଲକ ବାସିନ୍ଦା।ତୁରନ୍ତ ଏହାର ସମାଧାନ କର ନହେଲେ ଆମକୁ ଆନ୍ଧ୍ରରେ ମିଶିବାକୁ ଦିଅ ବୋଲି ତଳଗୁମାଣ୍ଡି ପଞ୍ଚାୟତ ବାସି କହିଛନ୍ତି।କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତ ରେ ପ୍ରାୟ ଗତ ଏକ ମାସ ହେବ ବିଜୁଳି ସମସ୍ୟା ଲାଗି ରହିଥିବା ବେଳେ ବିଜୁଳି ବିଭାଗ ଏହାକୁ ସମ୍ପୁର୍ଣ ଅଣ ଦେଖା କରିଛି।ତଳ ଗୁମାଣ୍ଡି ସଦର ପଞ୍ଚାୟତ ସମେତ ଉପର ଗୁମାଣ୍ଡି, ଵାଲା, ବାରି, ଚାବୁକୁମାରି, ପିଚୁଡ଼ି, ବଡ଼ସିଲ, ଚିକଲ ଗୁମାଣ୍ଡି, ଭିତରପଡା ଓ ପଡାପଦର ପଞ୍ଚାୟତର ନାକଟିପଦର,ଲାଉମାଳ, ଅରଲୀକଟା ଓ ମାଙ୍କିଡି ସହ ବିଜାଘାଟି ପଞ୍ଚାୟତ ର କେତେକ ଗ୍ରାମବାସୀ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।ଅନ୍ୟ ପଟେ ବିଦ୍ୟୁତ ସମ୍ବନ୍ଧୀୟ ଯେକୌଣସି ସମସ୍ୟାକୁ ନେଇ ଅଭିଯୋଗ କଲେ ଆମେ କଣ କରିବୁ ଆପଣ ମାନେ ୧୯୧୨ ଟୋଲଫ୍ରୀ ନମ୍ବର ରେ ଅଭିଯୋଗ ଜଣାଅ ବୋଲି କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ ନାୟକ କହିଛନ୍ତି।
ଅପର ପଟେ ବିଜୁଳି ସରବରାହ ବନ୍ଦ ରହି ମଧ୍ୟ ନିୟମିତ ବିଲ ଆସୁଥିବାରୁ ଅଞ୍ଚଳ ବାସି କ୍ଷୋବ ପ୍ରକାସ କରିଛନ୍ତି।ଏନେଇ ଆଜି ସେହି ପଞ୍ଚାୟତର ପ୍ରାୟ ୫୦ ଜଣ ସ୍ଥାନୀୟ ଲୋକେ ବିଡିଓଙ୍କୁ ଅଭିଯୋଗ ପତ୍ର ଦେବାପାଇଁ ଆସିଥିବା ବେଳେ ବିଡିଓ ଙ୍କ ଅନୁପସ୍ଥିତି ଦେଖୁ ବ୍ଲକ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରିନାଥ ଙ୍କୁ ଭେଟି ସମସ୍ୟା ସଂପର୍କରେ ଜଣାଇଛନ୍ତି।ନଚେତ ଆଗାମି ଦିନରେ ଓଡିଶା ଛାଡି ଆନ୍ଧ୍ରରେ ମିସିବୁ ବୋଲି ଗ୍ରାମବାସି ଧମକ ଦେଇଛନ୍ତି।ଆଗକୁ ଆସୁଛି ନିର୍ବାଚନ ଏହି ଘଟଣାକୁ ନେଇ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।ନଚେତ କୋଟିଆ ଭଳି ନାରାୟଣପାଟଣା ବ୍ଲକର କିଛି ଗ୍ରାମ ଆନ୍ଧ୍ର ଅଧିବକୁ ଜିବାକୁ କେହି ଦୋକି ପାରିବେନି ବୋଲି ସାଧାରଣରେ ମତ ପ୍ରକାସ ପାଇଛି।
୦୫/୦୫ :ଦୀର୍ଘ ଏକ ମାସ ହେବ ବିଜୁଳିର ଲୁଚକାଳି ଖେଳରେ ଅସ୍ତବ୍ୟସ୍ତ ହେଉଛନ୍ତି ନାରାୟଣପାଟଣା ବ୍ଲକ ବାସିନ୍ଦା।ତୁରନ୍ତ ଏହାର ସମାଧାନ କର ନହେଲେ ଆମକୁ ଆନ୍ଧ୍ରରେ ମିଶିବାକୁ ଦିଅ ବୋଲି ତଳଗୁମାଣ୍ଡି ପଞ୍ଚାୟତ ବାସି କହିଛନ୍ତି।କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତ ରେ ପ୍ରାୟ ଗତ ଏକ ମାସ ହେବ ବିଜୁଳି ସମସ୍ୟା ଲାଗି ରହିଥିବା ବେଳେ ବିଜୁଳି ବିଭାଗ ଏହାକୁ ସମ୍ପୁର୍ଣ ଅଣ ଦେଖା କରିଛି।ତଳ ଗୁମାଣ୍ଡି ସଦର ପଞ୍ଚାୟତ ସମେତ ଉପର ଗୁମାଣ୍ଡି, ଵାଲା, ବାରି, ଚାବୁକୁମାରି, ପିଚୁଡ଼ି, ବଡ଼ସିଲ, ଚିକଲ ଗୁମାଣ୍ଡି, ଭିତରପଡା ଓ ପଡାପଦର ପଞ୍ଚାୟତର ନାକଟିପଦର,ଲାଉମାଳ, ଅରଲୀକଟା ଓ ମାଙ୍କିଡି ସହ ବିଜାଘାଟି ପଞ୍ଚାୟତ ର କେତେକ ଗ୍ରାମବାସୀ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।ଅନ୍ୟ ପଟେ ବିଦ୍ୟୁତ ସମ୍ବନ୍ଧୀୟ ଯେକୌଣସି ସମସ୍ୟାକୁ ନେଇ ଅଭିଯୋଗ କଲେ ଆମେ କଣ କରିବୁ ଆପଣ ମାନେ ୧୯୧୨ ଟୋଲଫ୍ରୀ ନମ୍ବର ରେ ଅଭିଯୋଗ ଜଣାଅ ବୋଲି କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ ନାୟକ କହିଛନ୍ତି।
ଅପର ପଟେ ବିଜୁଳି ସରବରାହ ବନ୍ଦ ରହି ମଧ୍ୟ ନିୟମିତ ବିଲ ଆସୁଥିବାରୁ ଅଞ୍ଚଳ ବାସି କ୍ଷୋବ ପ୍ରକାସ କରିଛନ୍ତି।ଏନେଇ ଆଜି ସେହି ପଞ୍ଚାୟତର ପ୍ରାୟ ୫୦ ଜଣ ସ୍ଥାନୀୟ ଲୋକେ ବିଡିଓଙ୍କୁ ଅଭିଯୋଗ ପତ୍ର ଦେବାପାଇଁ ଆସିଥିବା ବେଳେ ବିଡିଓ ଙ୍କ ଅନୁପସ୍ଥିତି ଦେଖୁ ବ୍ଲକ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରିନାଥ ଙ୍କୁ ଭେଟି ସମସ୍ୟା ସଂପର୍କରେ ଜଣାଇଛନ୍ତି।ନଚେତ ଆଗାମି ଦିନରେ ଓଡିଶା ଛାଡି ଆନ୍ଧ୍ରରେ ମିସିବୁ ବୋଲି ଗ୍ରାମବାସି ଧମକ ଦେଇଛନ୍ତି।ଆଗକୁ ଆସୁଛି ନିର୍ବାଚନ ଏହି ଘଟଣାକୁ ନେଇ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।ନଚେତ କୋଟିଆ ଭଳି ନାରାୟଣପାଟଣା ବ୍ଲକର କିଛି ଗ୍ରାମ ଆନ୍ଧ୍ର ଅଧିବକୁ ଜିବାକୁ କେହି ଦୋକି ପାରିବେନି ବୋଲି ସାଧାରଣରେ ମତ ପ୍ରକାସ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ