ଲକ୍ଷ୍ମୀପୁର ୧୫/୦୨ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର ବିରିଗୁଡା ଗାଁ ରେ ବୁଢ଼ୀ ଠାକୁରାଣୀ ଯାତ୍ରାରେ ପୌରାଣିକ ନାଟକ ଦେଖିବାକୁ ଯାଇ ଗଣଦୁଷ୍କର୍ମ ର ଶିକାର ହୋଇଥିବା ନାବାଳିକା ର ପରିବାରକୁ ଲକ୍ଷ୍ମୀପୁର ଆଦିବାସୀ ପ୍ରଗତିବାଦୀ ସମାଜ ଓ ଆମ୍ବେଦକର ଯୁବ ବିକାଶ ପରିଷଦ ର କାର୍ଯ୍ୟକର୍ତା ସାକ୍ଷାତ କରିଛନ୍ତି । ଆଦିବାସୀ ସମାଜ ର କାର୍ଯ୍ୟକାରି ସଭାପତି ଆପାରାଓ ୱାଡେକା, ଆମ୍ବେଦକର ଯୁବ ବିକାଶ ପରିଷଦ ଆବାହକ ଘନଶ୍ୟାମ ହଲବା,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଂ, ପୂର୍ବତନ ସରପଞ୍ଚ ନାମ ମାଣ୍ଡିଙ୍ଗା ମିଳିତ ଭାବେ ପରିବାକୁ ଭେଟି ଥିଲେ। ପିଡିତା କିପରି ନ୍ୟାୟ ପାଇବ ଓ ଦୁଷ୍କର୍ମ କାରୀ ମାନେ କିପରି ଉଚିତ ଦଣ୍ଡ ମିଳିବ ସେଥି ପାଇଁ ସରକାର ହସ୍ତକ୍ଷେପ କରିବା ଜରୁରୀ ବୋଲି କହିଥିଲେ ।ଯଦି ପୋଲିସ ପ୍ରଶାସନ ସଠିକ ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରନ୍ତି ତାହେଲେ ଲକ୍ଷ୍ମୀପୁର ବ୍ଲକର ହଜାର ହଜାର ଆଦିବାସୀ ଓ ଆମ୍ବେଦକର ଯୁବ ବିକାଶ ପରିଷଦ ପକ୍ଷରୁ ଥାନା ଆଗରେ ଧାରଣା ଦେବା ସହିତ ରାଜରାସ୍ତା ଅବରୋଧ କରାଯିବ ବୋଲି ଲକ୍ଷ୍ମୀପୁର ଆଦିବାସୀ ସମାଜ ର କର୍ମକର୍ତା କହିଛନ୍ତି ।
ଗଣ ଦୁଷ୍କର୍ମ ନାବାଳିକା ପରିବାରକୁ ଭେଟିଲେ ଲକ୍ଷ୍ମୀପୁର ଆଦିବାସୀ ପ୍ରଗତିବାଦୀ ସମାଜ।
