Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ ଘଟଣା, ଚତୃର୍ଥ ଦିନରେ ପହଁଚିଲା ଆନ୍ଦୋଳନ

ଲକ୍ଷ୍ମୀପୁର ୧୫/୦୨ … ବୁଧବାର ପୟୋନିର କମ୍ପାନୀ ଦ୍ୱାରା ବକ୍ସାଇଟ ପରିବହନ ଆରମ୍ଭ ହେବାର ସୂଚନା ପାଇବା ପରେ ତାରା ବାହିନୀ ପତି ଙ୍କ ନିର୍ଦେଶ ରେ ଭଗବାନ ବାହିନୀ ପତି ଓ ମନୋଜ ବାହିନୀ ପତି ଙ୍କ ନେତୃତ୍ୱ ରେ ଶତାଧିକ ଲୋକେ ଏକତ୍ରିତ ହୋଇ  ଜିରୋ ପଏଣ୍ଟ ଠାରେ ବିରୋଧ କରିବା ସହ ଟ୍ୟାଣ୍ଟ ମାରି ବସି ରହିଥିଲେ , ଏହି ଆନ୍ଦୋଳନ ବର୍ତ୍ତମାନ ଚତୁର୍ଥ ଦିନରେ ପହଁଚିଛି, ଆଜି ମଧ୍ୟ ଜିରୋ ପଏଣ୍ଟ ଠାରେ ମନୋଜ ବାହିନୀ ପତି ଙ୍କ ନେତୃତ୍ୱ ରେ ସମର୍ଥକ ମାନେ ଶାନ୍ତି ପୁର୍ଣ ଭାବେ ବସି ରହି ଟ୍ୟାଣ୍ଟ ତଳେ ଧାରଣା ରେ ବସି ରହିଥିଲେ। ୪ ଦିନ ବିତିବା ପରେ ମଧ୍ୟ ସରକାର କୌଣସି ଆଲୋଚନା କରିବା ସକାଶେ ଆସି ନଥିବା ଶ୍ରୀ ବାହିନୀପତି କହିଛନ୍ତି।ସରକାର ଯଦି ପୟୋନିର କମ୍ପାନୀକୁ ଖଣି ପ୍ରଦାନ କରନ୍ତି ତାହେଲେ ଆନ୍ଦୋଳନ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କରାଯିବ ବୋଲି ଦର୍ଶାଇଛନ୍ତି । ପ୍ରକାଶ ଥାଉକି ଓଡିଶା ର ଖଣି କୁ ଆନ୍ଧ୍ର କମ୍ପାନୀ ବିଶାଖାପାଟଣା ପୋର୍ଟ କୁ ନେଇଁ ବିଦେଶ ରେ ବିକ୍ରି କରି କୋଟି କୋଟି ଟଙ୍କା ଲାଭବାନ ହେବ, କିନ୍ତୁ ଏ ଅଞ୍ଚଳ ର ଲୋକେ ଧୂଳି ମାଟି ରେ ସଢ଼ି ରହିବେ କି ବୋଲି ଆଜି ଅଞ୍ଚଳ ଲୋକେ ପ୍ରଶ୍ନ କରିଥିଲେ। ଓଡିଶା ମାଟିର ବକ୍ସାଇଟ  କୁ ଅଞ୍ଚଳ ରେ କାରଖାନା କରାଯାଇ ବିନିଯୋଗ କରାଯାଉ ଓ ସ୍ଥାନୀୟ ଅଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉ, କାରଖାନା ପ୍ରତିଷ୍ଠା ହେଲେ ବିରୋଧ କର ଯିବ ନାହିଁ ନଚେତ ବିରୋଧ କରାଯିବ ବୋଲି କୁହ ଯାଇଛି। ସୁରକ୍ଷା ଦୃଷ୍ଠି କାରଣରୁ ଜିରୋ ପଏଣ୍ଟ ଠାରେ ପୋଲିସ ମୃତୟନ କରାଯାଇଥିଲା।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ର କୋଡୀଙ୍ଗା ମାଳି ରୁ ଗତ କିଛି ବର୍ଷ ହେଲା ଓଏମସି ଜରିଆରେ ଖଣି ଖନନ କରାଯାଇ ବେଦାନ୍ତ କମ୍ପାନୀ କୁ ପ୍ରଦାନ କରାଯାଉଛି। କଡିଙ୍ଗା ମାଳି ରୁ ଖଣି ଖନନ ଦାୟିତ୍ୱ ଆନ୍ଧ୍ର ପ୍ରଦେଶ ର ଏକ   ଘରୋଇ କମ୍ପାନୀ କୁ ଓଏମସି ୭୫ ପ୍ରତିଶତ ପ୍ରଦାନ କରିଥିବା ବେଳେ ଅବଶିଷ୍ଟ ୨୫ ପ୍ରତିଶତ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ର ପୟୋନିର ନାମକ କମ୍ପାନୀ କୁ ପ୍ରଦାନ କରାଯିବା ସକାଶେ ଚୁକ୍ତି କରାଯାଇଛି।ପ୍ରାୟ ଦେଢ଼ ଲକ୍ଷ ଟନ ବକ୍ସାଇଟ ପୟୋନିର କମ୍ପାନୀ ନେବା ସକାଶେ ସରକାର ଙ୍କ ପାଖରେ ସ୍ପିକୃତି ପାଇଥିବା ଜଣାପଡିଛି । ଗତ କିଛିମାସ ହେଲା ପୟୋନିର ନାମକ କମ୍ପାନୀ  ସରକାର ଙ୍କ ପାଖରେ କାଗଜ ପତ୍ର କରିଥିବା ଜଣାପଡିବା ପରେ ଉକ୍ତ କମ୍ପାନୀ କୁ ଖଣି ପ୍ରଦାନ ନକରିବାକୁ  ବିଗତ ଦିନରେ ସାଧାରଣ ରେ ଦାବୀ ହୋଇଥିଲା ଏପରିକି  ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ଙ୍କ ନେତୃତ୍ୱ ରେ କୋରାପୁଟ ରେ ରାଲି କରାଯାଇ ଜିଲ୍ଲା ପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।