Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିଲିପଡ଼ା ଆଶ୍ରମର ବାର୍ଷିକ ମହୋତ୍ସବ; କଷ୍ଟ ବିନା ସଫଳତା ଅସମ୍ଭବ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ସଦର ମହକୁମା ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଆଜି ବାର୍ଷିକ ମହୋତ୍ସବ ବଡ ଧୁମ୍ ଧାମରେ ପାଳନ କରାଯାଇଛି। ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଅନାନ୍ତରାମ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ପଞ୍ଚାୟତ ସମିତି ଜମନକିରା ଉପାଧ୍ୟକ୍ଷ ରୋହିତ ଭୋଇ ଯୋଗଦେଇ ଛାତ୍ରୀ ଛାତ୍ରମାନଙ୍କୁ ଏକ ପରାମର୍ଶ ଦେଇ କହିଥିଲେ ସମୟର ସତ ଉପଯୋଗ କର, ବିନା କଷ୍ଟରେ କୌଣସି ସଫଳତା ମିଲି ନଥାଏ। ତେଣୁ ନିଜ ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସଫଳତା ଯେପରି ମିଳି ପାରିବ ସେଥିପ୍ରତି ଦୃଷ୍ଟି ଦିଅ ବୋଲି ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। ସେହି ପରି ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ଦ୍ଵିବେଦୀ ଯୋଗ ଦେଇ ନୂତନ ଶିକ୍ଷାନୀତି ଉପରେ ବିସ୍ତୃତ ଭାବେ ବୁଝେଇ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା” ସମଲେଶ୍ଵରୀ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ ପରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା। ସଭା କାର୍ଯ୍ୟକ୍ରମ କୁ ଲକ୍ଷ୍ମୀଧର ବିନ୍ଧାଣି ପରିଚାଳନା କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଧନେଶ୍ଵର ପଧାନ, ଚୈତନ୍ୟ ପଟେଲ, ପରିଚାଳନା କମିଟି ସମ୍ପାଦକ ପ୍ରଶାନ୍ତ ପଧାନ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।ବିଦ୍ୟାଳୟର ସହକାରୀ ଶିକ୍ଷକ ଅରୁଣ କୁମାର ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଖତ ଦେଇ ସହଯୋଗ କରିଥିଲେ। ସଭା ଶେଷରେ ସାବିତ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବାସନ୍ତୀ ସେଠ, ଗଜାନନ ଦର୍କା, ଦୁର୍ଯୋଧନପ୍ରମୁଖ ବିଭିନ୍ନ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ମହୋତ୍ସବରେ ଅପରାହ୍ନରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ