Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ; କାଲି ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏବେଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରିବା ସମ୍ଭବପର ନୁହେଁ। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ବୋଲି କହିଛି ପାଣିପାଗ ବିଭାଗ। ତେବେ ବାତ୍ୟା ସ୍ଥିତି ଏବେଠୁ ଆକଳନ କରିବା ସମ୍ଭବ ନୁହେଁ। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଚିତ୍ର ସ୍ପଷ୍ଟ ହେବ ବୋଲି କହିଛି ପାଣିପାଗ କେନ୍ଦ୍ର।

ସାଧାରଣତଃ ଏପ୍ରିଲ, ମେ, ଜୁନ ଓ ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ ବାତ୍ୟା ସୃଷ୍ଟି ହୋଇଥାଏ । ସେଥିପାଇଁ ଏହି ମାସରେ ବାତ୍ୟା ସୃଷ୍ଟି ହେବା ନୂଆ କଥା ନୁହେଁ ବୋଲି କହିଛନ୍ତି ଆଇଏମଡି ଡିଜି । ସେଥିପାଇଁ ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଜାରି ହୋଇନି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ