Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଖରା ଦିନ ଆରମ୍ଭ ରୁ ଚମ୍ପି ଗାଁରେ ଜଳ ସଙ୍କଟ ।ଲୋକଙ୍କୁ ମିଳୁନି ପାନୀୟ ଜଳ, ଚାଷ ଜମିରେ ବେଆଇନ ଭାବେ ପାଇପ କାଟି ଚାଷୀ ନେଉଛନ୍ତି ପାଣି ।

ଲକ୍ଷ୍ମୀପୁର,୧୭/୦୨ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଖରା ଦିନ ଆସିବା ମାତ୍ର ଗ୍ରାମାଞ୍ଚଳ ରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଇଥାଏ ।ବ୍ଳକ ର ଚମ୍ପି ଗ୍ରାମ ପଞ୍ଚାୟତ ସଦର ମହକୁମାରେ ପାନୀୟ ଜଳ ର ବ୍ୟବସ୍ତା ରହିଛି, ହେଲେ କିଛି ଚାଷୀ ଙ୍କ ଯୋଗୁଁ ଲୋକେ ପାନୀୟ ଜଳ ପାଇବାରୁ ବଂଚିତ ହଉଛନ୍ତି ଗ୍ରାମବାସୀ।ଚମ୍ପି ଗାଁ ରେ ପାଖାପାଖି  ୬୦୦ ପରିବାର ରହୁଥିବା ବେଳେ ଜନସଂଖ୍ୟା ୩୦୦୦ରୁ ଉର୍ଦ୍ଧ୍ବ ରହିଛନ୍ତି।ଦୀର୍ଘ ଦିନ ଧରି ପାନୀୟ ଜଳ ସକାଶେ ଅସୁବିଧା ର ସମ୍ମୁଖୀନ ହୋଇ ରହି ଛନ୍ତି ଗ୍ରାମବାସୀ ।ପାନୀୟ ଜଳ ସମସ୍ୟା କୁ ନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯନ୍ତ ଅଭିଯୋଗ ପରେ ମଧ୍ୟ ପାନୀୟ ଜଳର ସମସ୍ୟା ସମାଧାନ ହେଉ ନାହିଁ।ସରକାର ଙ୍କ ଦ୍ୱାରା ଲୋକଙ୍କୁ ପାନୀୟଜଳ ଯୋଗାଣ ସକାଶେ ଗୋଟିଏ ପାଣି ଟାଙ୍କି ନିର୍ମାଣ କରାଯାଇଛି, ସେହି ପାଣି ଟାଙ୍କି ଦ୍ୱାରା ଲୋକେ କିଛି ମାତ୍ରାରେ ପାନୀୟ ଜଳ ପାଉଥିଲେ କିନ୍ତୁ କିଛି ଦିନ ହେଲାଣି ଚମ୍ପିର ଜମି ମାଲିକ ମାନେ ନିଜ ଜମି ଭିତରେ ଦେଇ ଯାଇଥିବା ସରକାରୀ ପାଇପ ଲାଇନ କୁ କାଟି ନିଜ ଚାଷ ଜମି ଉପରେ ପାଣି ମୋଡେଇ ଚାଷ କରୁଛନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜମିରେ ଚାଷ କରିବା ପାଇଁ ଏହି ପାଣି ବ୍ୟବସ୍ଥା କରାଯାଇଛି ନାଁ ଲୋକଙ୍କ ପାନୀୟ ଜଳ ପାଇଁ ନିର୍ମାଣ ହୋଇ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ,ଯଦି ଚାଷ ପାଇଁ ପାନୀୟ ଜଳ ବ୍ୟବହାର କରାଯାଏ ତାହେଲେ ଲୋକେ ପାଣି କେମିତି ପାଇବେ ବୋଲି କହିଛନ୍ତି,ବେଆଇନ ଭାବେ ପାଇପ ରୁ ପାନୀୟ ଜଳ ନେଇ ଚାଷ କରୁଥିବା ଲୋକଙ୍କୁ ତାଗିଦ କରି ପ୍ରଶାସନ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଯଥାଶୀଘ୍ର ନିଆଯାଉ ବୋଲି ଅଞ୍ଚଳବାସୀ କହିଛନ୍ତି।ଯଦି ତୁରନ୍ତ ପାନୀୟ ଜଳ ଯୋଗେଇ ଦିଆନ ଯାଏ ତାହା ହେଲେ ଆଗାମୀ ଦିନରେ ତୟାପୁଟ ଠାରେ ରାଜ ରାସ୍ତା ଅବରୋଧ କରିବା ସହିତ ବ୍ଲକ କାର୍ଯ୍ୟଳୟ ଆଗରେ ଧାରଣା ଦେବୁ ବୋଲି ଗ୍ରାମର ଶତାଧିକ ମହିଳା ମାନେ ଚେତାବନୀ ଦେଇଛନ୍ତି।ଅନ୍ୟ ପକ୍ଷରେ ସରକାର ଙ୍କ ତରଫରୁ ଘର ଘର ଜଳ ର କାର୍ଯ୍ୟ ଚାଲୁ ରହିଥିଲେ ସୁଧା ଠିକାଦାର ତୁରନ୍ତ କାର୍ଯ୍ୟ ସମାପ୍ତ କରି ପାରୁନଥିବା କାରଣରୁ ଘରେ ଘରେ ଟ୍ୟାପ ଲାଗି ସେମିତି ପଡିରହିଥିବା ଦେଖିବା କୁ ମିଳିଛି।
ପାନୀୟ ଜଳ ସମସ୍ୟା ବିଷୟରର ଆମେ ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇଙ୍କ ପ୍ରତିକ୍ରିୟା ନେଇ ଥିଲୁ ।ପ୍ରତିକ୍ରିୟାରେ ସରକାର ଜିନିଷକୁ କିପରି ନିଜ ଇଚ୍ଛାରେ ଭାଙ୍ଗି ପାଣି ନେଇ ଚାଷ କରିବା ଦଣ୍ଡନୀୟ ଅପରାଧ।ତାହାର ତଦନ୍ତ କରି ଯେଉଁ ମାନେ ଏହି ପାଣି ନେଇ ଚାଷ କରୁଛନ୍ତି ସେମାନଙ୍କ ବିରୋଧରେ  କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି । ତେବେ କେବେ ଏହି ବେଆଇନ ଭାବେ ପାଣି ନେଇ ଚାଷ କରୁଥିବା ବ୍ୟକ୍ତି ମାନଙ୍କୁ କାର୍ଯ୍ୟନୁଷ୍ଠାନ ନିଆ ଯାଉଛି ଏବଂ ଚମ୍ପି ଗ୍ରାମବାସୀ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯାଉଛି ଦେଖିବାକୁ ବାକି ରହିଲା ।