Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

@KIITUniversity କତୃପକ୍ଷଙ୍କ ନେପାଳୀ ଛାତ୍ରଛାତ୍ରୀଙ୍କୁ କଟାକ୍ଷ – ତମ ଦେଶର ବଜେଟ ଆମ kiit କଲେଜଠୁ ବି କମ

କିଟ୍‌ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଯାଇଛି। କୁହାଯାଉଛି, ଏହି ଛାତ୍ରୀଛାତ୍ରଙ୍କୁ ଜୋର୍‌ ଜବରଦସ୍ତ କଟକ ରେଲଓ୍ବେ ଷ୍ଟେଶନରେ ଛଡ଼ାଯାଇଛି। ସୁରକ୍ଷାକର୍ମୀମାନେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆତ୍ମହତ୍ୟା ପରେ କ୍ୟାମ୍ପସ୍‌ରେ ଉତ୍ତେଜନା ଦେଖାଦେଇଥିଲା।

KIIT କତୃପକ୍ଷଙ୍କ ଏକ ଗାଳିଗୁଲଜ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି. ସେ ଭିଡ଼ିଓରେ ଶୁଣିବାକୁ ମିଳୁଛି ତମ ଦେଶର ବଜେଟ ଆମ kiit କଲେଜଠୁ ବି କମ । ନେପାଳ ଦେଶର ବଜେଟ 116000 କୋଟି ଆଗରେ kiit ସାମ୍ରାଜ୍ୟ କୁ ତୁଳନା କରି କଟାକ୍ଷ କରିଛନ୍ତି କତୃପକ୍ଷ। ନେପାଳ ଏଂବାସୀ କୁ ବି ଖାତିର କରୁନାହାନ୍ତି।

ଏହା ଶୁଣି ନେପାଳ ର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। କର୍ତ୍ତୃପକ୍ଷ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଏକ ଭିଡିଓ କ୍ଲିପ୍‌ରେ ଜଣେ ଛାତ୍ରୀ କହୁଥିବା ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ, ଜଣେ ବି.ଟେକ୍‌ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ମୃତ ଯୁବତୀଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରେମିକ, ସେହି ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର। ପୀଡ଼ିତାଙ୍କ ସହ ୩ ବର୍ଷର ପ୍ରେମସମ୍ପର୍କ ରଖିବା ମଧ୍ୟରେ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିଲେ ପ୍ରେମିକ ଜଣକ।

ଜଣେ ସହପାଠୀ ଅଭିଯୋଗ କରିଛନ୍ତି ଯେ, ନେପାଳର ମୃତ ପ୍ରକୃତି ଲମସାଲଙ୍କୁ ପ୍ରେମିକ ଅଦ୍ବିକ ଶ୍ରୀବାସ୍ତବ ସବୁବେଳେ ନିର୍ଯାତନା ଦେଉଥିଲେ। ଛାତ୍ରମାନଙ୍କ ଅଭିଯୋଗ ଆଧାରରେ ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ପୋଲିସ ଅଦ୍ବିକଙ୍କୁ ଗିରଫ କରିଛି।