ଓଲଟିଲା ମଦ ବୋଝେଇ ଟ୍ରକ୍: ମାଡ଼ି ଆସିଲେ ଲୋକେ, ଆଉ ତା’ପରେ…


କୁଜଙ୍ଗ: ଭୁଲିଗଲେ ହିତାଧିତ ଜ୍ଞାନ । ମଦୁଆ ତ ମଦୁଆ, ମତ ଛୁଇଁ ନଥିବା ପିଲା ବି ଘେରି ଗଲେ । ଯିଏ ଯେତେ ପାରିଲା ବୋହି ନେଲା । ମଦ ବୋଝେଇ ଟ୍ରକ ଦୁର୍ଘଟଣା ପରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ-କୁଜଙ୍ଗ ରାସ୍ତାରେ । ଓଲଟି ପଡ଼ିଥିବା ମଦ ବୋଝେଇ ଟ୍ରକରୁ ଲୋକେ ମନ ଇଚ୍ଛା ମଦ ବୋହି ନେଲେ । ହେଲେ ଟ୍ରକ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ କି ଆହତ ଡ୍ରାଇଭର କଥା ବୁଝିବାକୁ କେହି ଆସି ନଥିଲେ । ଦୁର୍ଘଟଣାରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଟ୍ରକଟି ପାରାଦୀପ ଗଡ ଆସୁଥିବା ବେଳେ କୁଜଙ୍ଗରେ ରାସ୍ତା କଡକୁ ଓଲଟି ପଡ଼ିଥଲା । ଆଉ ଏହାପରେ ମଦ ନେବାକୁ ଲୋକଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା । ଲୋକେ ପେଟିରୁ ମଦ ସବୁ ବୋହି ନେଉଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ଆଡତ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ମୃତ ଶ୍ରମିକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ।