Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ ଘଟଣା, ସାତ ଦିନରେ ପହଁଚିଲା ଆନ୍ଦୋଳନ…

ଲକ୍ଷ୍ମୀପୁର ୧୮/୦୨ .. ଗତ ବୁଧବାର  ଦିନ ଠାରୁ ପୟୋନିର କମ୍ପାନୀ ଦ୍ୱାରା ବକ୍ସାଇଟ ପରିବହନ ଆରମ୍ଭ ହେବାର ସୂଚନା ପାଇବା ପରେ ଜୟପୁର ବିଧାୟକ ତାରା ବାହିନୀପତି ଙ୍କ ନିର୍ଦେଶ ରେ ଭଗବାନ ବାହିନୀ ପତି ଓ ମନୋଜ ବାହିନୀ ପତି ଙ୍କ ନେତୃତ୍ୱ ରେ ଶତାଧିକ ଲୋକେ ଏକତ୍ରିତ ହୋଇ   କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଜିରୋ ପଏଣ୍ଟ ଠାରେ ବିରୋଧ କରିବା ସହ ଟ୍ୟାଣ୍ଟ ମାରି ବସି ରହିଥିଲେ ,  ଏହି ଆନ୍ଦୋଳନ ବର୍ତ୍ତମାନ ସପ୍ତମ ଦିନରେ ପହଁଚିଛି, ଆଜି ମଧ୍ୟ ଜିରୋ ପଏଣ୍ଟ ଠାରେ ମନୋଜ ବାହିନୀ ପତି ଙ୍କ ନେତୃତ୍ୱ ରେ ସମର୍ଥକ ମାନେ ଶାନ୍ତି ପୁର୍ଣ ଭାବେ ବସି ରହି ଟ୍ୟାଣ୍ଟ ତଳେ ଧାରଣା ରେ ବସି ରହିଥିଲେ। ସପ୍ତାହେ ବିତିବା ପରେ ମଧ୍ୟ ସରକାର  ଙ୍କ ତରଫରୁ କେହି ହେଲେ କୌଣସି ଆଲୋଚନା କରିବା ସକାଶେ ଆସିନଥିବା ଶ୍ରୀ ବାହିନୀପତି କହିଛନ୍ତି।ସରକାର ଯଦି ପୟୋନିର କମ୍ପାନୀକୁ ଖଣି ପ୍ରଦାନ କରନ୍ତି ତାହେଲେ ଆନ୍ଦୋଳନ  ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଛି । ପ୍ରକାଶ ଥାଉକି ଓଡିଶା ର ଖଣି କୁ ଆନ୍ଧ୍ର କମ୍ପାନୀ ବିଶାଖାପାଟଣା ପୋର୍ଟ କୁ ନେଇଁ ବିଦେଶ ରେ ବିକ୍ରି କରି କୋଟି କୋଟି ଟଙ୍କା ଲାଭବାନ ହେବ, କିନ୍ତୁ ଏ ଅଞ୍ଚଳ ର ଲୋକେ ଧୂଳି ମାଟି ରେ ସଢ଼ି ରହିବେ କି ବୋଲି  ଆଜି ଅଞ୍ଚଳ ଲୋକେ ପ୍ରଶ୍ନ କରିଥିଲେ। ଓଡିଶା ମାଟିର ବକ୍ସାଇଟ  କୁ ଅଞ୍ଚଳ ରେ କାରଖାନା କରାଯାଇ ବିନିଯୋଗ କରାଯାଉ ଓ ସ୍ଥାନୀୟ ଅଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉ, କାରଖାନା ପ୍ରତିଷ୍ଠା ହେଲେ ବିରୋଧ କର ଯିବ ନାହିଁ ନଚେତ ବିରୋଧ କରାଯିବ ବୋଲି କୁହ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ