Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ କିଟ ପ୍ରସଙ୍ଗକୁ ନେଇ ଗର୍ଜିଲା ଓଡ଼ିଶା ଛାତ୍ର ସଙ୍ଗଠନ

ନୂଆଦିଲ୍ଲୀ – ଆଜି ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ରେ ଓଡ଼ିଶା ଛାତ୍ର ସଂଘଠନ ତରଫରୁ ଚାରିଦିନ ଦିନ ତଳେ ଭୁବନେଶ୍ୱର ସ୍ଥିତ KIIT ବିଶ୍ଵବିଦ୍ୟାଳୟ ରେ ଘଟିଥିବା ନେପାଳୀ ଛାତ୍ରୀ ର ଆତ୍ମହତ୍ୟା ତଥା ନେପାଳୀ ଛାତ୍ର ଛାତ୍ରୀ ମାନଙ୍କୁ ଅମାନୁଷିକ ଭାବରେ ବିଳମ୍ବିତ ରାତିରେ ହଷ୍ଟେଲ ରକ୍ଷକ ତଥା ସୁରକ୍ଷାକର୍ମୀ ମାନଙ୍କ ଦ୍ଵାରା ମାନସିକ ଚାପ ତଥା ବିନା କାରଣରେ ମାଡ଼ ମାରିବା ଘଟଣା କୁ ନେଇ ତୀବ୍ର ନିନ୍ଦା କରାଯାଇଛି। ନିଜ ହକ ର ନ୍ୟାୟ ଦାବିରେ ଆନ୍ଦୋଳନ ଛାତ୍ର ଛାତ୍ରୀ ମାନଙ୍କୁ ମାଡ଼ ମାରିବା ଓ କଟକ ରେଳ ଷ୍ଟେସନ ରେ ନେଇକି ନେପାଲ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଛାଡିବା,ଏହା ଏକ ଅନ୍ତର୍ଜାତୀୟ ବନ୍ଧୁତା କୁ କ୍ଷୁର୍ଣ୍ଣ କରୁଛି। ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ରେ ଗବେଷଣା କରୁଥିବା ଓଡ଼ିଆ ଛାତ୍ର ତଥା ଛାତ୍ରନେତା ଶ୍ରୀମାନ ସୌମ୍ୟରଞ୍ଜନ ବଡ଼ପଣ୍ଡା କହିଛନ୍ତି ଯେ ମୃତ ଛାତ୍ରୀଙ୍କୁ ତଥା ତାଙ୍କ ପରିବାର ସଦସ୍ୟ ଙ୍କୁ ଉଚିତ ନ୍ୟାୟ ମିଳିବା ସହିତ ଯଥାଶୀଘ୍ର KIIT ବିଶ୍ଵବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀ ଅଚ୍ୟୁତ ସାମନ୍ତ କୁ ଗିରଫ କରାଯାଉ ତଥା ସମସ୍ତ ଦୋଷୀଙ୍କୁ ଗିରଫ କରାଯାଇ ଉପଯୁକ୍ତ ଦଣ୍ଡ ଦିଆଯାଉ। ଛାତ୍ର ନୀଳାମ୍ବର ଦାସ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ବନ୍ଧୁତା କୁ ସମ୍ମାନ ଦେବା ସହ ନାରୀ ସୁରକ୍ଷା କରାଯାଉ। ଏହି ଆନ୍ଦୋଳନ ରେ ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଯଥାଶୀଘ୍ର ମୃତ ଛାତ୍ରୀ ତଥା ନେପାଲ ଛାତ୍ରଛାତ୍ରୀ ଯଥା ଶୀଘ୍ର ନ୍ୟାୟ ମିଳିବା ସହିତ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଗିରଫ କରାଯାଉ। ଏହି ଆନ୍ଦୋଳନ ରେ ବିଶ୍ଵବିଦ୍ୟାଳୟ ର ସୌମ୍ୟରଞ୍ଜନ ବଡ଼ପଣ୍ଡା,କିସାନ୍ ମହାଖୁଡ଼,ଶାଶ୍ୱତ ସାହୁ,ଅଜୟ ଭୋଇ,କ୍ଷୀତେଶ କୁମାର ଖମାରୀ, ଅଜିତ ସାହୁ, ନୀଳାମ୍ବର ଦାଶ, ରଞ୍ଜନ ନାୟକ, ରାକେଶ୍ ବରମନ୍,ରଞ୍ଜନ କୁମାର ନାୟକ, ମଞ୍ଜୁ ଗଡଟିୟା, ଲିଲୀ ସାହା,ମାନିନୀ ଗଡଟିୟା,ଶ୍ରଦ୍ଧାଞ୍ଜଳି ପତି ପ୍ରମୁଖ ଓଡ଼ିଆ ଛାତ୍ର ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ