ଝାରସୁଗୁଡ଼ା: ପୁଣି ଖୋଲିଲା ନବ ଦାସଙ୍କ ରୋଷେୟା ମୃତ୍ୟୁ ଫାଇଲ । ମାମଲାରେ ଖୋଲତାଡ଼ ଆରମ୍ଭ କରିଛି ଝାରସୁଗୁଡ଼ା ପୋଲିସ । ପ୍ରଥମ ଦିନରେ ନବ ଦାସଙ୍କ ଘରର ଗେଟ୍ କିପର ହେମସାଗର ନାୟକଙ୍କୁ ୭ ଘଣ୍ଟା ଜେରା କରିଛି ପୋଲିସ । ରୋଷେୟା ଲଳିତ ସାହୁ ମୃତ୍ୟ ମାମଲାରେ ଜଡ଼ିତ ଥିବା ବିଭିନ୍ନ ବ୍ୟକ୍ତିକୁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି ।
ଲଳିତ ସାହୁର ବାପା ନ୍ୟାୟ ଦାବି କରି ପୋଲିସକୁ ଚିଠି ଲେଖିବା ପରେ ପୋଲିସ ଏହି ମାମଲାର ପୁଣି ଥରେ ତଦନ୍ତ ଆରମ୍ଭ କରିଛି । ଲଳିତ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେ ନେଇ ତିନି ବର୍ଷ ହେଲା କୌଣସି ନିଷ୍କର୍ସ ବାହାରିପାରି ନଥିଲା । ୨୦୨୨ ଏପ୍ରିଲ ୧୭ ତାରିଖରେ ସନ୍ଦେହଜନକ ମୃତ୍ୟୁ ପରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିଲା ।