ଆଜିଠୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ
 
        ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି। ୨୭ ବର୍ଷ ପରେ କ୍ଷମତାକୁ ଫେରିଛି ବିଜେପି। ଏବେ ଦିଲ୍ଲୀରେ ଚାଲୁଛି ରେଖା ଗୁପ୍ତାଙ୍କ ଶାସନ। ଏହି ଅଧିବେଶନରେ ଆମ୍ ଆଦମୀ ପାର୍ଟିର ଦୁର୍ନୀତି ଧରାପଡ଼ିବ ବୋଲି କହିଛି ବିଜେପି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦେଖିବାକୁ ମିଳିବ। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ଆତିଶୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

 
                        
 
                                 
                                 
                                 
                                 
                                