Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସସିଏସଟି କପ୍ୟୁଟର ଏକାଡେମୀ ପକ୍ଷରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଚେତନତା ରଥର ଶୁଭାରମ୍ଭ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଏସସିଏସଟି କପ୍ୟୁଟର ଏକାଡେମୀ ପକ୍ଷରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଚେତନତା ରଥର ଆଜି ଶୁଭାରମ୍ଭ ହୋଇଯାଇଛି। ଏଥିରେ ଆଇଟି ଟ୍ରେନର ତଥା ପରିଚାଳିକା ଉତ୍କଳିକା ବହିଦାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘର ଜାତୀୟ ପରିଷଦ ସଦସ୍ୟ ରବୀନ୍ଦ୍ର ପ୍ରସାଦ ଦାନୀ ଯୋଗଦାନ କରି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଦ୍ଵାରା ସାଂପ୍ରତିକ ସମୟରେ କୂତ୍ରିମ ବୁଦ୍ଧିମତ୍ତା (ଏଆଇ), ରୋବଟିକ, ମେସିନ ଲାର୍ଣିଂ, ଆଇଟି ଆଦି ଶିକ୍ଷା ଏବଂ ଏହାର ବ୍ୟବହାର ର ଦକ୍ଷତା, ସରକାରୀ ଚାକିରୀ ପାଇଁ ଆବଶ୍ୟକତା ପଡୁଥିବ ଓକେସିଏଲ୍ ଆଦି ବିଷୟ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମାନୀୟ ଅତିଥି ଭାବେ ଜମନକିରା ବ୍ଲକ ସାମ୍ବାଦିକ ସଂଘ (ଏସୟୁଜେ) ସଭାପତି ସତ୍ୟପ୍ରିୟ ମହାପାତ୍ର, ସମାଜ ସେବୀ ସୁମିତ୍ରା ଲାକ୍ରା ଏବଂ ସ୍ବେଛସେବୀ ଅନିଲ କୁମାର ରଣବିଡା ପ୍ରମୁଖ ଉପସ୍ଥିତ ଥିଲେ।ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଦ୍ଵାରା ପ୍ରଦତ୍ତ ଓସସିଆଇଟି ପାଠ୍ୟକ୍ରମର ବୈଧ ପ୍ରମାଣପତ୍ର ସମ୍ପର୍କରେ ପ୍ରଚାରପତ୍ର ପାଇଁ ରଥର ଶୁଭ ଉଦଘାଟନ ମୁଖ୍ୟଅତିଥି ଶ୍ରୀ ଦାନୀଙ୍କ ଦ୍ଵାରା କରାଯାଇଥିଲା। ଏଥିସହ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସେଣ୍ଟର୍ ଡାଇରେକ୍ଟର ସୁଶାନ୍ତ ବେହେରା, ଏକାଡେମୀକ କାଉନସିଲର କରନ ସାହୁ, ଟ୍ରେନର ହସିନା ତାଣ୍ଡିଆ, ଟେକ୍ନିକାଲ ସପୋର୍ଟର ସୁଷମା ମିଞ୍ଜ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅନୁଷ୍ଠାନର ପ୍ରାୟ ଶତାଧିକ ଛାତ୍ରୀ ଛାତ୍ରମାନେ ରଥର ଉଦଘାଟନ ସମୟରେ ସାମିଲ ଥିଲେ। ଶେଷରେ ଆଈଟି ଟ୍ରେନର ସୁଶ୍ରୀ ବହିଦାର ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ବିରାମ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ