Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକାକୁ ଗଳାକାଟି ହତ୍ୟା କରିବା ପରେ ଜଙ୍ଗଲର ଲୁଚିଥିଲା ସଇତାନ

ସୋରା: ପ୍ରମିକାଙ୍କ କଳାକାଟି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ହତ୍ୟା କରିବା ପରେ ଜଙ୍ଗଲରେ ଲୁଚିଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣା ସୋର ଅଞ୍ଚଳରେ ଗତ ତିନିଦିନ ପୂର୍ବେ ଘଟିଥିଲା ।

ସୂଚନାଯୋଗ୍ୟ, ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ । ଯୁବତୀ ଜଣଙ୍କ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ଦୁଇମାସ ତଳେ ସେ ଘରକୁ ଆସିଥିଲେ । ଯୁବକ ଜଣଙ୍କ ତାଙ୍କୁ ହଇରାଣ କରୁଥିବା ନେଇ କିଛିଦିନ ତଳେ ଯୁବତୀ ଜଣଙ୍କ ସୋର ଥାନାରେ ଅଭିଯୋଗ କରିଥିଲେ । ତିନିଦିନ ପୂର୍ବl ଯୁବତୀ ଜଣଙ୍କ ଘରେ ଏକା ଥିବା ବେଳେ ଯୁବକ ଜଣଙ୍କ ଭିତରକୁ ପଶି ତାଙ୍କ ଗଳା କାଟି ବିଭତ୍ସ ଭାବେ ହତ୍ୟା କରିଥିଲେ । ସିସିଟିଭ ଫୁଟେଜ୍ ସଂଗ୍ରହ କରି ହତ୍ୟାକରୀକୁ ଧରିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଥିଲା । ଆଜି ଜଙ୍ଗଲରୁ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories