Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ୟାପିଟାଲ ହସ୍ପିଟାଲରେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ଆତ୍ମହତ୍ୟା । କ୍ୟାପିଟାଲ ହସ୍ପିଟାଲ ପରିସରରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ହସ୍ପିଟାଲ କର୍ମଚାରୀ ୪୫ ବର୍ଷୀୟ ଏକ୍ସରେ ଟେକ୍ନିସିଆନ୍ ପ୍ରଭାତ ମହାନ୍ତି ।

ସନ୍ଧ୍ୟା ପାଖାପାଖି ସାଢ଼େ ୭ଟା ବେଳେ ପ୍ରଭାତ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲ କର୍ମଚାରୀ । ପରେ ଉଦ୍ଧାର କରି କାଜୁଆଲିଟି ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ । ଏ ନେଇ କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ