ଭୁବନେଶ୍ବର: ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ କଟକ ଓ ଭୁବନେଶ୍ବର ଡିସିପିଙ୍କ ବଦଳି ହୋଇଛି । ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକରେ ଏହି ପଦବୀ ପାଇଁ ଖିଲାରୀ ରିଷିକେଶଙ୍କୁ ଦାୟିତ୍ବ ମିଳିଛି । ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କର ଏସଟିଏଫ୍ ଡିଆଇଜି ଭାବେ ବଦଳି ହୋଇଛି । ରାଜ୍ୟ ସରକାର ଏସ୍ ଏମ୍ ନରୱାଣେଙ୍କୁ ଓଏଚଆରସିର ସ୍ବତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରିଛନ୍ତି ।
ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚଆରପିସିରେ ଏଡିଜି, ଆଇଜି ଏସ୍ ପ୍ରବୀଣ କୁମାରଙ୍କୁ କଟକ ସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ ବଦଳି କରାଯାଇଛି । ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଅତିରିକ୍ତ କମିସନରେଟ ପୋଲିସ, ଦୀପକ କୁମାରଙ୍କୁ ଆଇଜି ଅପରେସନ୍ ଭାବେ ବଦଳି କରାଯାଇଛି ।
ସେହିପରି ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗରେ ଅବସ୍ଥାପିତ କରାଯାଇଛି । ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି-ସିବିର ଆଇଜିପି, ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ଆଇଜିପି, ଉମାଶଙ୍କର ଦାସଙ୍କୁ ହୋମଗାର୍ଡ ଓ ଫାୟାର ସର୍ଭିସର ଡିଆଇଜି, ଅଖିଳେଶ୍ବରଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଆଇଜିପି, ଚରଣ ସିଂ ମୀନାଙ୍କୁ ପ୍ରୋଭିଜନିଂ ଡିଆଇଜି, ବି. ଗଙ୍ଗାଧରଙ୍କୁ ସିଆଇଡି-ସିବିର ଡିଆଇଜି, ବିବେକାନନ୍ଦ ଶର୍ମାଙ୍କୁ କଟକ ରେଲୱେ ଏସପିର ଦାୟିତ୍ବ ମିଳିଛି ।
ଏହାବାଦ୍ କଳାହାଣ୍ଡି ଏସପି ଅଭିଳାଷ ଜିଙ୍କୁ ବଲାଙ୍ଗୀରର ନୂଆ ଏସପି ଦାୟିତ୍ବ ମିଳିଛି । ବୌଦ୍ଧ ଏସପି ଥିବା ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ଦାୟିତ୍ବ ଦିଆଯାଇଛି । ରାହୁଲ ଗୋଏଲଙ୍କୁ ବୌଦ୍ଧ, କଶ୍ୟପ ପାର୍ଥ ଜଗଦୀଶଙ୍କ ଜୟପୁର ଏସଡିପିଓ, ଅମୃତପାଲ ସିଂଙ୍କୁ ଖୋର୍ଦ୍ଧାର ଅତିରିକ୍ତି ଏସପି, ଅମ୍ରିତପାଲ କୌରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଅତିରିକ୍ତ ଡିସିପି, ସୋନାଲୀ ସିଂ ପରମାରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଏସିପି ଭାବେ ଦାୟିତ୍ବ ମିଳିଛି ।