Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦର୍ଶ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ…୯ ବର୍ଷ ହୋଇଥିଲେ ସୁଧା ସୁଧୁରିନାହିଁ ଭିତିଭୂମି…

ଲକ୍ଷ୍ମୀପୁର ୦୧/୦୩ ଲକ୍ଷ୍ମୀପୁର ବ୍ଳକ ଗୌଡ଼ଗୁଡା ଆଦର୍ଶ ବିଦ୍ୟାଳୟ ର ପରିଚାଳନା ଓ ଉନ୍ନୟନ କମିଟି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଇନଚାର୍ଜ ପ୍ରିନ୍ସିପାଲ ବନ୍ଦନା ଗଡ଼ନାୟକ ଙ୍କ ପରିଚାଳନା ରେ ଅନୁଷ୍ଠିତ ବୈଠକ ରେ ଲକ୍ଷ୍ମୀପୁର ବିଡ଼ିଓ ତଥା ପରିଚାଳନା କମିଟି ଉପାଧକ୍ଷ ଗୁରେଶ୍ୱର ଭୋଇ, ପରିଚାଳନା ସଦସ୍ୟ ଅବସର ପ୍ରାପ୍ତ ଡିଆଇ ଜଗବନ୍ଧୁ ଦାଶ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ବିଶୋଇ, ସହକାରୀ ଯନ୍ତ୍ରୀ ଏମ. ପୱନ କୁମାର ଙ୍କ ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଆଦର୍ଶ ବିଦ୍ୟାଳୟ ପ୍ରାୟ ୯ବର୍ଷ ବିତିଯାଇଥିଲେ ସୁଧା ଆବଶ୍ୟକ ଭିତିଭୂମି ଉପରେ ସରକାର ଗୁରୁତ୍ୱ ପ୍ରଦାନ କରି ନଥିବା କାରଣରୁ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ କର୍ମଚାରୀ ଅସୁବିଧା ର ସମ୍ମୁଖୀନ ହଉଥିବା ବୈଠକ ରେ କୁହାଯାଇଥିଲା। ବିଦ୍ୟାଳୟ ରେ ପାଚେରୀ ର ଉଚ୍ଚତା କମ ରହିଥିବା ବେଳେ ପଛ ପଟେ ପାଚେରୀ ନଥିବା କାରଣରୁ ଗାଈଗୋରୁ ଙ୍କ ଅବାଧ ପ୍ରବେଶ, ଛାତ୍ର ଛାତ୍ରୀ ଙ୍କ ଖାଇବା ସକାଶେ ଡାଇନିଂ ହଲ ନଥିବା ରୁ ଖରା ବର୍ଷା ରେ ବାହାରେ ଖାଉଥିବା, ଡ୍ରେନେଜ ବ୍ୟବସ୍ଥା ନଥିବା, ପ୍ରଥମ ମହଲା ରେ ଥିବା ଶୌଚାଳୟ ର ପାଣି ତଳ ମହଲା କୁ ଗଳୁଥିବା, ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣକାର୍ଯ୍ୟ ନିକଟରେ ମାଟି ଅତଡ଼ା ଖସୁଥିବା କାରଣରୁ ପାହାଡ଼ରୁ ମାଟି ଷ୍ଟେପ ସିଷ୍ଟମ ରେ କାଟିବା, ବାଳକ ହଷ୍ଟେଲ ନିର୍ମାଣ ସକାଶେ ଜମି ଚି଼ହ୍ନଟ କରାଇବା, ପାଣି ର ଅଭାବ କୁ ଦୂର କରିବା ଭଳି ଅନେକ ସମସ୍ୟା ପ୍ରତି ପ୍ରିନ୍ସିପାଲ ଅବଗତ କରାଇଥିଲେ। ପରିଚାଳନା କମିଟି ସଦସ୍ୟ ଓ ବିଡ଼ିଓ ଶ୍ରୀ ଭୋଇ ବିଦ୍ୟାଳୟ ର ଚାରିପାଖରେ ବୁଲି ସମସ୍ତ ବିଷୟ ପରଖି ସରକାର ଙ୍କୁ ରିପୋର୍ଟ ପ୍ରଦାନ କରିବା ସହ କିଛି କିଛି କାର୍ଯ୍ୟ ର ଏଷ୍ଟିମେଟ ତିଆରି କରିବା ସକାଶେ ସହକାରୀ ଯନ୍ତ୍ରୀ ଙ୍କୁ କହିଥିଲେ। ବିଦ୍ୟାଳୟ ସମ୍ମୁଖରେ ରାସ୍ତା ନିର୍ମାଣ ସକାଶେ ଏଆରଏସଏସ ନାମକ କମ୍ପାନୀ ଅଧିକ ଗାତ କରିଦେଇ ଥିବା କାରଣରୁ ବିଦ୍ୟାଳୟ ଭିତରେ କୌଣସି ଗାଡି ଯାଇପାରୁନଥିବା ନେଇଁ ଅଭିଯୋଗ ହୋଇଥିଲା। ତୁରନ୍ତ ଏଥିପ୍ରତି ଧ୍ୟାନ ଦିଅନଗଲେ ଅନେକ ଦୁର୍ଘଟଣା ହେବାର ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମ ପରେ ବିଡ଼ିଓ ଛାତ୍ର ଛାତ୍ରୀ ମାନଙ୍କ ସହ କ୍ଲାସ ରୁମ ରେ ପହଂଚି ଶିକ୍ଷା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ