Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ

ତରଭା: ବଣ୍ଟନ କାର୍ଯ୍ୟକ୍ରମ ନିରତାର ସିଆରସି ବଲାଙ୍ଗୀର ତରଫରୁ ତରଭା ବ୍ଳକ କର୍ଯ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତରଭା ବ୍ଲକର ଭାରପ୍ରାପ୍ତ ବିଡିଓ ନିରଞ୍ଜନ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ବ୍ଳକ ଅଧ୍ୟକ୍ଷ ସରୋଜ କୁମାର କମ୍ପ ମୁଖ୍ୟଅତିଥି, ଡିଏସଏସଓ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ମାନେ ସରକାର ଯୋଗାଇ ଦେଇଥିବା ସୁବିଧା ସୁଯୋଗ ହାସଲ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଏସଭିନିରତାର, ସିଆରସି ବଲାଙ୍ଗିରରୁ ଡ଼. ସୁରେନ୍ଦ୍ର ଭୋଇ, ଡ଼. ବିଶ୍ୱଜିତ କାନୁନଗୋ ଏବଂ ଡ଼. ଶିବରାମ ମିଶ୍ର ଯୋଗଦେଇ ସହାୟକ ଉପକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଭିନ୍ନକ୍ଷମ ମାନଙ୍କୁ ଅବଗତ କରାଇଥିଲେ ।ତରଭା ବ୍ଳକ ବିଏସଏସଓ ପ୍ରଭାସ କୁମାର କର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉପକରଣ ବଣ୍ଟନ କାର୍ଯ୍ୟକ୍ରମରେ ସମୁଦାୟ ୫୧ ଗୋଟି ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ସେହି ଉପକରଣ ମଧ୍ୟରେ ଏମଆଇଏସଡି କିଟ୍ ୯, ହ୍ୱିଲ ଚେୟାର ୮, ଟ୍ରାଇ ସାଇକଲ ୮, ସ୍ମାର୍ଟ କେନ ୬, ୱାକିଙ୍ଗ ଷ୍ଟିକ ୮, କ୍ରଚେସ ୪, ହିଅରିଙ୍ଗ ଏଡ୍ ୮ ଗୋଟି ଥିଲା । ଏହି କାର୍ଯ୍ୟକ୍ରମରେ ମାନସ କୁମାର ସାହୁ, ଜିତେନ୍ଦ୍ର ସାହୁ, ଉମାଶଙ୍କର ସାହୁ, ବିକ୍ରମ ବିଶି, ହେମନ୍ତ ବେହେରା, ଶାହନୱାଜ ଖାନ, ଗଣ୍ଡାରାମ ବାଘ, ସୁରୁବୁଇ କୁଅଁର ଓ ବିଜୟା ମଲ୍ଲିକ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ