Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ସତସଙ୍ଗ କେନ୍ଦ୍ର ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ତମ ଜନ୍ମ ମହା ମହୋତ୍ସବ ପାଳିତ,ଯୋଗଦେଲେ ଓଡିଶା ର ବିଭିନ୍ନ ପ୍ରାନ୍ତ ରୁ ଭକ୍ତ….

ଲକ୍ଷ୍ମୀପୁର ୦୨/୦୩ .. ଲକ୍ଷ୍ମୀପୁର ବ୍ଳକ ସଦର ଡୋଲିଆମ୍ବ ଗ୍ରାମ ର ସତସଙ୍ଗ କେନ୍ଦ୍ର ର ପରିଚାଳନା ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ତମ ଜନ୍ମ ମହା ମହୋତ୍ସବ
  ଧୁମ ଧାମ ରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମର ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ, ପ୍ରତ୍ୟୁସେ-ଉଷା କୀର୍ତ୍ତନ, ପ୍ରାତଃ ୬.୦୬ ମିନିଟ୍ ରେ ବିନତୀ ପ୍ରାର୍ଥନା ଓ ସତ୍ ଗ୍ରନ୍ଥ ଆଦି ପାଠ କରା ଯାଇଥିଲା। ସକାଳ ୭ ଟା ରେ ସଙ୍ଗିତାଞ୍ଜଳି କରାଯିବା ପରେ ଏକ ସୁସଜ୍ଜିତ ରଥରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କୁ ନେଇ ନଗର ପରିକ୍ରମା କରା ଯାଇଥିଲା।ପରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା, ଯେଉଁଥିରେ ସତ୍ୟାନୁସରଣ ,ସ୍ଵାସ୍ଥ୍ୟ ଓ ସଦାଚାର ଗ୍ରନ୍ଥ ପାଠ କରାଗଲା। ସ୍ଥାନୀୟ ସତସଙ୍ଗ କେନ୍ଦ୍ର ର ଝିଅ ମାନଂକ ଦ୍ଵାରା ଆବାହନି ସଙ୍ଗୀତ ଗାନ ଓ କୋରାପୁଟ ଠାରୁ ଆଗତ ସ୍ନିଗ୍ଧା ଦାସ ମା ଏକ ସୁନ୍ଦର ଭଜନ ପରିବେଷଣ କରିଥିଲେ।ଜୟପୁର ରୁ ଆସିଥିବା ବିଶ୍ୱଜିତ୍ ଦତ୍ତ ଏକ କୋରସ ପରିବେଷଣ କରିଥିଲେ।ରତ୍ନାକର ବାଘ ଓ ହାଡ଼ି ବନ୍ଧୁ ବେହେରା ସାଥିମାନଙ୍କ ସହ ମିଶି ଦୁଇ ଟି କୀର୍ତ୍ତନ ପରିବେଷଣ କରି ଥିଲେ। ରିତ୍ୱିକ କେଦାରେଶ୍ୱର ସାହୁ ଙ୍କ ଦ୍ବାରା ସଭା ପରିଚାଳିତ ହୋଇଥିବା ବେଳେ ଅଧୂର୍ଯ୍ୟ ଗୋପାଳ ମଣ୍ଡଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କଟକ ରୁ ନିମନ୍ତ୍ରିତ ପବିତ୍ର କୁମାର ମେକାପ, ରିତ୍ଵିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜୀବନରେ ଗୁରୁ ଗ୍ରହଣର ଆବଶ୍ୟକତା, ଜଯନ, ଯାଜନ୍, ଇଷ୍ଟବୃତି ସମ୍ବନ୍ଧେ ସୁନ୍ଦର ସାବଲୀଳ ଢଙ୍ଗରେ ବାସ୍ତବ ଘଟଣା ର ଉଦାହରଣ ଦ୍ଵାରା ଭକ୍ତ ମାନଙ୍କୁ ମୋହିତ କରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ। ଉତ୍ସବ ରେ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ରିତ୍ୱିକ୍ କର୍ମିଗଣ ଜଗନ୍ନାଥ ଖଟୁଆ, ଶିଶିର କୁମାର ପରିଜା, ରଜନୀ କାନ୍ତ ନାୟକ, ମହେଶ୍ୱର ଦାସ, ପବିତ୍ର ପାଞ୍ଜା ଧାରୀ କର୍ମୀ ,ଗୁରୁ ଭାଇ,ମା ମାନେ ତଥା ସତସଙ୍ଗ ପ୍ରେମୀ ଏହିପରି ପ୍ରାୟ ୮୦୦ ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା। ବେଦାନ୍ତ କମ୍ପାନୀ ଆନୁକୁଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ଯେଉଁ ଠାରେ ଶତାଧିକ ମା ଭାଇ ମାନେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇଥିଲେ। ମଧ୍ୟାହ୍ନ ରେ ସମସ୍ତେ ପ୍ରସାଦ ସେବନ କରି ପରିତୃପ୍ତ ହୋଇଥିଲେ। ଏହାପରେ ଶିଶୁ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଲକ୍ଷ୍ମୀପ୍ରିୟା ସାହୁ ମା ଙ୍କ ଦ୍ଵାରା ଅପରାହ୍ନ ତିନିଟା ବେଳେ ମାତୃ ସମ୍ମିଳନୀ ପରିଚାଳିତ ହୋଇଥିଲା ଯେଉଁ ଥିରେ ପଦ୍ମିନୀ ବିଡ଼ିକା ଓ ଅନ୍ୟ ମା ମାନେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟ କ୍ରମ ରେ ଦୀକ୍ଷା ଦାନ ଓ ଦୀକ୍ଷା ପତ୍ର କାର୍ଯ୍ୟ ର ବ୍ୟବସ୍ଥା ହୋଇ ଥିବା ବେଳେ ଶେଷରେ ସନ୍ଧ୍ୟା ୬.୦୯ ରେ ବିନତୀ ପ୍ରାର୍ଥନା ଓ ସତ୍ ଗ୍ରନ୍ଥାଦି ପାଠ ସହ ଉତ୍ସବ ର ପରି ସମାପ୍ତି ଘଟିଥିଲା।ଉକ୍ତ କାର୍ଯ୍ୟ କ୍ରମ ରେ ଲାବଣ୍ୟ ହଲବା,ନିତ୍ୟା ନନ୍ଦ ଗରଡା, ନକୁଳ ଗରଡ଼ା, ପାତ୍ର ଗରଡ଼ା, ରମାକାନ୍ତ ବାଘ୍, ପର୍ଶୁରାମ ବିଡିକା, ପ୍ରସଂଜିତ୍ ବୀଡ଼ିକା, ପରମେଶ୍ଵର ହାଲବା, ଭାସ୍କର କୁଲଦୀପ, ସହଦେବ ବିଡ଼ିକ,କଂସାରୀ ବାଘ ଓ ଅନ୍ୟ ଭାଇ ଓ ମାଆ ମନଙ୍କ ସହଯୋଗରେ ଉତ୍ସବ ସର୍ବାଙ୍ଗ ସୁନ୍ଦର ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ