Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାପମାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାପମାତ୍ରା। ମାର୍ଚ୍ଚ ଆରମ୍ଭରୁ ଅସହ୍ଯ ହେବ ତାତି। ମାର୍ଚ୍ଚରୁ ମେ ଯାଏ ପ୍ରବଳ ଗରମରେ ସିଝିବ ପୂରା ଭାରତ। ଏନେଇ ଡରାଇଲା ଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ତିନି ମାସର ପୂର୍ବାନୁମାନ ଜାରି କରିଛି ପାଣିପାଗ ବିଭାଗ।ମାର୍ଚ୍ଚରୁ ମେ ମଧ୍ୟରେ ପ୍ରବଳ ଗରମ ଅନୁଭୂତ ହେବ।

ସାଧାରଣତଃ ମାର୍ଚ୍ଚରେ ୩୯ ଡିଗ୍ରୀରୁ ୪୦ ଡିଗ୍ରୀ ସେଲସିୟସ ଯାଏ ଯାଇଥାଏ ତାପମାତ୍ରା। ଏହା ସହ ହିଟୱେବ ମଧ୍ୟ ଅଧିକ ଦିନ ରହିପାରେ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବ । ୧୦ ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍ ପାର୍ କରିଛି ।

ଅପରପକ୍ଷରେ ଉତ୍ତର ପଶ୍ଚିମ ଭାରତରେ ବର୍ଷା ନ ହେବା ଯୋଗୁ ସେଠାରେ ଗରମ ଅନୁଭୂତ ହେଉଛି । ଯାହାଫଳରେ ସେଠାରୁ ଗରମ ପବନ ଏଠାକୁ ଆସୁଛି ବୋଲି କହିଛନ୍ତି ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ