Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧନକଉଡା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର: ଧନକଉଡା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.) ଏବଂ ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର, ମୁକେଶ ଭାମୁ(ଆଇ.ପି.ଏସ) ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଠାରେ ମୋଟ ୪୩ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୩୫ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବାବେଳେ, ୦୮ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । ୦୮ ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା I ଏହି ଅଭିଯୋଗ ଶୁଣାଣି ଠାରେ ୦୧ ଜଣ ହିତାଧିକାରୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା