ମେଷ: ଏହି ରାଶିର ବ୍ୟକ୍ତିଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଆର୍ଥିକ ସମସ୍ୟା ଦୂର ହୋଇପାରେ।
ବୃଷ: ଧୈର୍ଯ୍ୟ ରଖନ୍ତୁ। ଶୁଭଫଳ ମିଳିପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିଦ୍ୟାର୍ଥୀମାନେ ଖେଳକୁଦରେ ଅଧିକ ସମୟ ବିତାଇବେ।
ମିଥୁନ: କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।
କର୍କଟ: ନିଜ ପରିଶ୍ରମକୁ ଗୁରୁତ୍ବ ଦିଅନ୍ତୁ। ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଜୀବନସାଥିଙ୍କ ସହଯୋଗ ଲୋଡିବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ସମୟ।
ସିଂହ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭକାରୀ। ଘନିଷ୍ଠ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।
କନ୍ୟା: ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି।
ତୁଳା: ଜରୁରୀ କାମ କରିବା ପୂର୍ବରୁ ଘରର ବଡ଼ଙ୍କ ଠାରୁ ସମ୍ମତି ନିଅନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଠିକ୍ ରହିବ।
ବିଛା: ଟଙ୍କାପଇସା ନେବା ଦେବାବେଳେ ସାବଧାନ ଅବଲମ୍ବନ କରନ୍ତୁ। କାମ କରିବା ସମୟରେ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇ କରନ୍ତୁ। ବେପାରରେ ଆୟର ନୂଆ ଉତ୍ସ ପାଇବେ। ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ।
ଧନୁ: ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ।
ମକର: କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷତ ହୋଇପାରେ। ସେ ଆଗାମୀ ଦିନରେ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବେ। ଅଫିସରେ ସମସ୍ତଙ୍କ ସହ ଭଲ ତାଳମେଳ ବଜାୟ ରଖନ୍ତୁ।
କୁମ୍ଭ: ଆପଣଙ୍କ କାମରେ ମନ ମୁତାବକ ପରିଣାମ ପାଇବେ। ଭାଗୀଦାରିରେ ବେପାର ପାଇଁ ଦିନଟି ଭଲ। କୌଣସି ବଡ଼ ଡ଼ିଲ୍ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ଫାଇନାଲ ଛାତ୍ରଙ୍କୁ କାମ ମିଳିପାରେ।
ମୀନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଯାହା ଆପଣଙ୍କ ଦିନଚର୍ଯ୍ୟାରେ ପାର କରିବାର ସଫଳ ହେବେ। ରାଜନୀତିକ ଲୋକଙ୍କ ଲାଗି ଦିନଟି ଉନ୍ନତିକାରକ। ଜନତାଙ୍କ ମଧ୍ୟରେ ଆପଣଙ୍କ ମାନ ସମ୍ମାନ ବଢ଼ିବ।