Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା, ମା ଓ ଭଉଣୀଙ୍କୁ ହତ୍ୟା କଲା ସାନ ପୁଅ

ଜଗତସିଂହପୁର: ଜଗତସିଂହପୁରରେ ଚାଞ୍ଚଲ୍ୟ । ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲା। ଜଗତସିଂହପୁର ଜିଲ୍ଲାର ଜୟବଡ଼ ସେଠି ସାହିରେ ଅଭାବନୀୟ ଘଟଣା ଘଟିଯାଇଛି।

ପାରିବାରିକ କଳହକୁ କେନ୍ଦ୍ର କରି ବାପା, ମା ଓ ଭଉଣୀଙ୍କୁ ସାନ ପୁଅ ହତ୍ୟା କରିଛି। ମୃତକ ହେଲେ ପ୍ରଶାନ୍ତ ସେଠୀ, କନକଲତା ସେଠୀ, ମାମାଲି ସେଠୀ । ତେବେ ଅଭିଯୁକ୍ତର ନାମ ସୂର୍ଯ୍ୟକାନ୍ତ ସେଠୀ ବୋଲି ଜଣାପଡିଛି।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ପଥର ଓ ହାତୁଡିରେ ଛେଚି ଛେଚି ହତ୍ୟା କରିଥିବା ବେଳେ ହତ୍ୟାକାରୀ ସାନ ପୁଅ ଅଟକ ହୋଇଥିବା ଜଣାପଡିଛି। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ହାତୁଡି ଏବଂ ଅନ୍ଯାନ୍ଯ ସାମଗ୍ରୀକୁ ଜବତ କରିଛି ପୋଲିସ। ଅପରପକ୍ଷରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ