ଚାପରେ ଦବି ଗଲେ ଦୀପାଳି ! କ୍ରାଇମବ୍ରାଞ୍ଚରେ କାହିଁକି ହେଲେନି ହାଜର ?


ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ନିକଟରେ ତାଙ୍କ ଝିଅ ଦୀପାଳି ଏବଂ ପୁଅ ବିଶାଳ ଦାସ । ତେବେ ଦୀପାଳି ହାଜର ହୋଇ ନଥିବା ବେଳେ ବିଶାଳ ହାଜର ହୋଇଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଗତକାଲି ଫଷାନ କରି ଦୀପାଳି ହାଜର ହୋଇପାରିବେନି ବୋଲି ଜଣାଇବା ସହ ସମୟ ମାଗିଥିଲେ । ଏହାସହ ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସମୟ ଦେବାକୁ ସେ ଅନୁରୋଧ କରିଥିଲେ । ଏହାସହ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଦୀପାଳି ଜଣାଇଛନ୍ତି ।

ତେବେ ଦୀପାଳି କାହିଁକି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେନି ? କ’ଣ ପାଇଁ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ କହିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀପାଳିଙ୍କ ଉପରେ କିଏ ଚାପ ପକାଉଛି କି ? ନା ଅନ୍ୟ କିଛି କାରଣ ଅଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ପୂର୍ବରୁ ସିବିଆଇ ତଦନ୍ତ ପ୍ରସଙ୍ଗ ଉଠାଇଥିଲେ ଦୀପାଳି । ଏଥିପାଇଁ ଲିଖିତ ଭାବେ ଜଣାଇବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ପରିବାର ସହ ଆଲୋଚନା କରି ଲିଖିତ ଭାବେ ଦେବାକୁ ନିଷ୍ପତ୍ତି ନେବୁ ବୋଲି ସେତେବେଳେ ଦୀପାଳି କହିଥିଲେ ।  ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଗଛରେ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ନବ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ । କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ବ୍ରଜରାଜନଗରର ଗାନ୍ଧି ଛକ ପୋଲିସ ଆଉଟ ପୋଷ୍ଟରେ ଏଏସଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲେ । ଏହି ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଗୋପାଳ ଏବେ ଜେଲରେ ଅଛନ୍ତି ।