Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଲବଲ କରୁଛି ତାତି; ୩୯ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର: କଲବଲ କରୁଛି ତାତି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୩୯ ଡିଗ୍ରୀ ଛୁଇଁଲା ପାରଦ। ଦିନବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି ।

୯ଟି ସହରରେ ତାତି ୩୭ ଡିଗ୍ରୀ ପାର୍ କରିଛି । ଗତକାଲି ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସ୍ବାଭାବିକ ତାପମାତ୍ରା ଠାରୁ ୪.୨ ଡିଗ୍ରୀ ଅଧିକ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪ଡିଗ୍ରୀ ଅଧିକ ରହିଛି।

ସୂଚନାଯୋଗ୍ୟ, ବୁଧବାର ଓ ଗୁରୁବାର ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ ।ଲଆସନ୍ତା ଦୁଇ ଦିନ ଆସ୍କା, ହିଞ୍ଜିଳିକାଟୁ, ଭଞ୍ଜନଗର ଓ ସୋରଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ । ଭୁବନେଶ୍ୱର, କଟକ ଓ ଜଗତସିଂହପୁରରେ ତାତି ୩୮ ଡିଗ୍ରୀ ରହିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଚଳିତ ଥର ମାର୍ଚ୍ଚ ମାସରୁ ମେ ମାସ ପର୍ଯ୍ୟନ୍ତ ପ୍ରବଳ ଗରମ ସହ ଗ୍ରୀଷ୍ମପ୍ରବାହ ଅଧିକ ହେବ ବୋଲି ଆଇଏମଡି ପକ୍ଷରୁ ଚେତାବନୀ ଦିଆଯାଇଛି।