Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟ୍ରିକ ପରୀକ୍ଷା ଶେଷ ଦିନରେ ଚାଲିଗଲା ଛାତ୍ରଙ୍କ ଜୀବନ

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ମାଲକାନଗିରି: ଆଜି ସରିଛି ମାଟ୍ରିକ ପରୀକ୍ଷା । ଆଉ ଏହି ଶେଷ ଦିନରେ ମାଲକାନଗିରିରୁ ଆସିଛି ଏକ ଦୁଃଖଦ ଖବର । ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମାଲକାନଗିରି ଚନ୍ଦନଗୁଡ଼ା ଛକ ନିକଟରେ ବାଇକ୍ ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଛାତ୍ରଙ୍କ ଜୀବନ ଚାଲିଯାଇଛି । ମୃତ ଛାତ୍ର ଜଣଙ୍କ ହେଲେ ଲିକ୍ରମ ସର୍ଦ୍ଦାର । ଦୁର୍ଘଟଣାରେ ଅନ୍ୟ ଛାତ୍ର ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆଜି ସକାଳେ ୨ ଜଣ ଛାତ୍ର ଏକ ବାଇକରେ ପରୀକ୍ଷା ଦେବାକୁ ଯାଉଥିଲେ । ଚନ୍ଦନପଡ଼ାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ମାଟ୍ରିକ ପରୀକ୍ଷା ସରୁଥିଲା । ହେଲେ ପରୀକ୍ଷାର ଶେଷ ଦିନରେ ଛାତ୍ରଙ୍କ ଜୀବନ ଚାଲିଗଲା । ଛାତ୍ରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ