ଭୁବନେଶ୍ବର: ସରକାରୀ ବାବୁଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି । ଚଢ଼ାଉ ବେଳେ ଘରୁ ବାହାରିଲା ପୁଳା ପୁଳା ସୁନା ସହ ବିଡ଼ା ବିଡ଼ା ଟଙ୍କା । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ବି ତାଜୁବ । ଯେପରି ଲାଗୁଛି ବାବୁଙ୍କ ଘରେ ସୁନା, ରୁପା ଓ ହିରାର ଭଣ୍ଡାର ରହିଛି ।
ଆଜି ସକାଳୁ ଡେପୁଟି କମିଶନରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ STA ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ପ୍ରଦୀପଙ୍କ ଘର ସହ ଭୁବନେଶ୍ୱର, କଟକ, ପୁରୀ ଓ ନୟାଗଡ଼ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି ।
ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମା ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି । ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି । ପ୍ରଦୀପଙ୍କ ଭୁବନେଶ୍ୱର ମାଳିପଡ଼ାରେ ପେଟ୍ରୋଲ ପମ୍ପ ଥିବା ଜଣାଯାଇଛି । ସେଠାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପ୍ରଦୀପ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଗିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଛି । ୨ଜଣ ଆଡସିନାଲ ଏସପି, ୧୩ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଜଣ ଏସ୍ଆଇଆଇ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।