ବିଜୁ ବାବୁ ଙ୍କ ଅସମ୍ମାନ ଵିରୁଦ୍ଧ ରେ ଗର୍ଜିଲା ରେଙ୍ଗାଲି ବିଜେଡି। ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର।


ଓଡ଼ିଶା ର ପ୍ରବାଦ ପୁରୁଷ ଜନ ନାୟକ ଭୂମିପୁତ୍ର ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଦିବସ ରେ ଓଡ଼ିଶା ସରକାର ଙ୍କ ପକ୍ଷରୁ ତାଙ୍କୁ ଅସମ୍ମାନ ବିରୁଦ୍ଧରେ ଗର୍ଜିଛି ରେଙ୍ଗାଲି ବିଜେଡି। । ପ୍ରତିବର୍ଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଦିବସ ମାର୍ଚ୍ଚ 5 ତାରିଖ କୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳିନ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଥିଲା। ଓଡ଼ିଶା ସରକାର ବିଜୁ ଜୟନ୍ତୀ ରେ ପଞ୍ଚାୟତି ରାଜ ଦିବସ ପାଳନ କରାଯିବ ନାହିଁ ବୋଲି ଘୋଷଣା କରିବା ପରେ ବହୁ ବିଜୁ ପ୍ରେମୀ ଙ୍କ ମନରେ ଶକ୍ତ ଧକ୍କା ଲାଗିଥିଲା। ଓଡ଼ିଶା ରେ ସରକାର ବଦଳିଲା ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ଅସମ୍ମାନ କରାଯାଉଛି ବୋଲି ବିଜେଡ଼ି ପକ୍ଷରୁ ଅଭିଯୋଗ ହୋଇଥିଲା ଏହାର ପ୍ରତିବାଦ ରେ ଗୁରୁବାର ଦିନ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଙ୍କ ନେତୃତ୍ୱରେ ରେଙ୍ଗାଲି ବିଜେଡ଼ି ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସରକାର ଙ୍କ ନିଷ୍ପତି କୁ ବଦଳାଇବା ପାଇଁ ଏକ ଦାବି ପତ୍ର ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଥିଲା। ଏହି ପ୍ରତିବାଦ ସଭା ରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ରେଙ୍ଗାଲି ବ୍ଲକ୍ ବିଜେଡ଼ି ସଭାପତି ଅଶୋକ ଗୁରୁ, ରେଙ୍ଗାଲି ପୁର୍ବତନ ବିଧାୟକ ଦୁର୍ଯୋଧନ ଗାର୍ଡିଆ, ପୁର୍ବତନ ବିଧାୟକ ରମେଶ ପଟୁଆ, ମହେନ୍ଦ୍ର ଓରାମ, କିରଣ ବେହେରା, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ମୁକୁନ୍ଦ ବେହେରା, ନାରାୟଣ ଶର୍ମା, ଫଣିନ୍ଦ୍ର ପଟ୍ଟନାୟକ, ସୁବାସ ସିଂ ଙ୍କ ସହ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.