Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

*ବାର୍ଷିକ ଉତ୍ସବ ତଥା ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ*

ତିଲେଇବଣୀ ଅନ୍ତର୍ଗତ ସରକାରୀ ପ୍ରକଳ୍ପ ପ୍ରା:ବି: ପତ୍ରାଝରୀଠାରେ ବାର୍ଷିକ ଉତ୍ସବ ସହ ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ପଧାନଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଛତୁ କଲେତ ଅତିଥି ପରିଚୟ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅଶୋକ କୁମାର ଭୋଇ ସି.ଆର୍.ସି.ସି. ସଡୋ, ସଭାପତି ଧରଣୀଧର ପ୍ରଧାନ (ପ୍ରଧାନ ଶିକ୍ଷକ କାଲଚିପୋଡାଡ଼ିହି ୟୁପି ସ୍କୁଲ୍), ସମ୍ମାନୀତ ଅତିଥି ସରୋଜ କୁମାର ସାହୁ ସଡୋ ହାଇସ୍କୁଲ, ମନବୋଧ କିସାନ ସ୍କୁଲ୍ ଚେୟାରମେନ, ହେମନ୍ତ କୁମାର ମାଲୁଆ,ଅକ୍ଷୟ ଦେହୁରୀ,ପ୍ରତିଭାରାଣୀ ନାୟକ,ଲିନା ପାତ୍ର,ତରଣୀସେନ୍ ପଧାନ,ଅମୂଲ୍ୟ ଦେହୁରୀ, ବୈରାଗୀ ସାହୁ,ପ୍ରଭାସିନୀ କୁଜୁର ଆଦି ଯୋଗ ଦେଇଥିଲେ। ଅତିଥି ମାନେ ଆମ ସଂସ୍କୃତି ଓ ଆମ ଖେଳଣା ତା ସହ ଶିକ୍ଷାକୁ ଆଗେଇ ନେବା ଉପରେ ନିଜର ମୂଲ୍ୟବୋଧ ଅଭିଭାଷଣ ରଖିଥିଲେ । ଏହି ଅବସରରେ ପିଲାଙ୍କ ଓ କିଛି କାରିଗରଙ୍କ ଦ୍ଵାରା ପ୍ରସ୍ତୁତ ଖେଳଣା ପ୍ରଦର୍ଶନ ହୋଇଥିଲା । ବିଭିନ୍ନ କାର୍ଯ୍ୟକ୍ରମ ଯଥା ଗପ ଶୁଣିବା ଓ କହିବା, ବିଜ୍ଞାନ ଓ ଗଣିତ କ୍ଲବ୍, ବାର୍ଷିକ କ୍ରୀଡା ଆଦିର ପୁରସ୍କାର ବିତରଣ ଆମ ଅତିଥିଙ୍କ ଦ୍ଵାରା ହୋଇଥିଲା । ତା’ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଦସ୍ୟ/ସଦସ୍ୟା ଓ ଅଭିଭାବକଗଣ ବିଶେଷ ସହଯୋଗ କରିଥିଲେ । ସର୍ବ ଶେଷରେ ବିଦ୍ୟାଳୟର ଶିକ୍ଷକ ଛତୁ କଲେତ ଧନ୍ୟବାଦ୍ ଅର୍ପଣ କରିଥଲେ।*

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ