Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ ଜନ ଔଷଧୀ କେନ୍ଦ୍ର ଉଦଘାଟିତ

ସମ୍ବଲପୁର: ଆଜି ସପ୍ତମ ଜନ ଔଷଧୀ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ , ଓଡିଶା ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ରେ ଆସି ଠେମରା ଫ୍ୟାକ୍ସ ଠାରେ ଦ୍ଵିତୀୟ ଭାରତୀୟ ଜନ ଔଷଧୀ କେନ୍ଦ୍ର ର ଉଦ୍ଘାଟନ ନିଜକରକମଳରେ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ, ସପ୍ତମ ଜନ ଔଷଧୀ ଦିବସ ଅବସରରେ ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ନିଜ କୁ ଧନ୍ଯ ମନେ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।ମଣିଷ ଶରୀର ରେ ସବୁ ବେଳେ ରୋଗ ହୋଇଥାଏ, ରୋଗ ର ଉପସମ ନିମନ୍ତେ ଔଷଧ ସେବନ କରିବାକୁ ପଡେ, କିନ୍ତୁ ଚିନ୍ତା ର ବିଷୟ ହେଉଛି ଔଷଧ ର ଦାମ ଏତେ ଅଧିକ ଯେ ଗୋଟେ ସାଧାରଣ ଲୋକ ପକ୍ଷେ ଔଷଧ ସେବନ କରିବା କଷ୍ଟସାଧ୍ୟ ହୋଇଯାଏ।ଏହି ସମସ୍ଯା ର ସମାଧାନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଭାରତୀୟ ଜନଔଷଧୀ ପରିଯୋଜନା ର ଆରମ୍ଭ ହୋଇଥିଲା, ଯାହା ଅଧୀନରେ ଜେନେରିକ ଔଷଧ ଯୋଗାଇବା ପାଇଁ ଜନଔଷଧୀ କେନ୍ଦ୍ର ନାମରେ ଉତ୍ସର୍ଗୀକୃତ ଆଉଟଲେଟ୍ ଖୋଲାଯାଇଥାଏ ।ଉକ୍ତ ଜନ ଔଷଧୀ କେନ୍ଦ୍ର ରେ ସାଧାରଣ ଲୋକ ଙ୍କୁ ଔଷଧ ସୁଲଭ ମୂଲ୍ୟରେ ଉତ୍ତମ ଗୁଣବତ୍ତା ର ସହ ଉବଲବ୍ଧ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, ଯାହା ଲୋକଙ୍କ ଜୀବନକୁ ସହଜ କରାଇବ। ଭାରତୀୟ ଜନଔଷଧୀ ପରିଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଦ୍ଵାରା ଲୋକମାନଙ୍କ ର ଜେନେରିକ ଔଷଧ ପ୍ରତି ଆଗ୍ରହ ବଢିଛି, ଯାହା ୧୭୮ ଗୁଣ ବୁଦ୍ଦି ପାଇଲାଣି। ଆଜି ବର୍ତ୍ତମାନ ଦେଶ ସାରା ପ୍ରାୟ ୧୫ ହଜାର ରୁ ଅଧିକ ଜନଔଷଧୀ କେନ୍ଦ୍ର ଅଛି ଯାହା ଆଗାମୀ ଦିନରେ ୨୦୨୭ ସୁଦ୍ଧା ୨୫ ହଜାର ଜନ ଔଷଧୀ କେନ୍ଦ୍ର ସାରା ଦେଶରେ ଖୋଲିବାର ଲକ୍ଷ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଜନଔଷଧ ୭୦ ପ୍ରତିଶତ ସବସିଡିରେ ମିଲିବାର ବ୍ୟବସ୍ଥା ରହିଛି। ଏହି ଭଳି ଯୋଜନା ନିଶ୍ଚିତ ଭାବରେ ଲୋକମାନଙ୍କୁ ଆର୍ଥିକ ଦୃଷ୍ଟି କୋଣରୁ ଚିକିତ୍ସା କ୍ଷେତ୍ର ରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ,ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର-ଶ୍ରୀଯୁକ୍ତ ରବିନାରାୟଣ ନାୟକ, ପୂର୍ବତନ ବିଧାୟକ-ଶ୍ରୀଯୁକ୍ତ ନାଉରି ନାଏକ, ଉତ୍ତରାଞ୍ଚଳ ଆଇ.ଜି ଶ୍ରୀ ହିମାଂଶୁ ଲାଲ(ଆଇ.ପି.ଏସ), ସମ୍ବଲପୁର ଜିଲ୍ଲାପାଳ-ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ(ଆଇପିଏସ), ପ୍ରମୁଖ ଉପସ୍ଥିତ ଥିଲେ।