ଜଙ୍ଗଲ ପୋଡ଼ି ମୁନସୀ କୋର୍ଟ ଚାଲାଣ


ଜମନକିରା : ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଭୋଜପୁର ବନାଞ୍ଚଲ ପ୍ରଭାସୁଣି ସଂରକ୍ଷିତ ଜଙ୍ଗଲରେ ଆଜି କୁଚିଣ୍ଡା ଥାନା ଅନ୍ତର୍ଗତ ସିରିଡ ପଞ୍ଚାୟତର ଅଜିତ କୁମାର ମିଞ୍ଜ ( ୫୧) ନିଆଁ ଲଗେଇ ଜଙ୍ଗଲ ପୋଡ଼ିବା ଅଭିଯୋଗରେ ବନ ବିଭାଗ ଅଧିକାରୀ ମାନେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏନେଇ ଜମନକିରା ରେଞ୍ଜ କେସ ନ. ୧୫୭/୨୫ ( ଭିଏସ ୨୭/୧୯୭୨ ବନ୍ୟ ଦଫା)ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକ ପ୍ରକାଶ କରିଛନ୍ତି।