Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ହାଇସ୍କୁଲରେ ପିଏମ୍ ଶ୍ରୀ କ୍ରୀଡା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ହାଇସ୍କୁଲ ପଡିଆ ଠାରେ ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପିଏମ ଶ୍ରୀ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବକୁ ଜ଼ିଲ୍ଲା ପରିଷଦ ଜୋନ – ୧ ସଭ୍ୟା ସୁଜାତା ଖୁଣ୍ଟିଆ ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ସଭାପତିତ୍ୱ କରିଥିବା ବେଳେ ବଡରମା ସରପଞ୍ଚ ବିଜୟ କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ କୁରେଇବାହାଲ କ୍ଲଷ୍ଟର ସିଆରସିସି, ଯୁକ୍ତ ଦୁଇ ବିଜ୍ଞାନ କଲେଜ ଅଧ୍ୟକ୍ଷା ଜ୍ୟୋତିମଞ୍ଜରୀ ଜ୍ୟୋତ୍ସ୍ନା ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ