ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଆଜି ଶେଷକୃତ୍ୟ


ବାଲେଶ୍ବର: ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଅନନ୍ତ ଦାସଙ୍କ ଆଜି ହେବ ଶେଷକୃତ୍ୟ । ପୈତୃକ ଗାଁ କୁରୁଠିଆରେ ତାଙ୍କ ଶେଷକୃତ୍ୟ କରାଯିବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି । ଗତକାଲି ଭୁବନେଶ୍ୱରରୁ ଆଣି ବାଲେଶ୍ୱରରେ ବାସଭବନରେ ରଖାଯାଇଥିଲା ମର ଶରୀର । ସେଠାରେ ବହୁ ରାଜନେତା ଓ ସମର୍ଥକ ଦିବଗଂତ ଅନନ୍ତ ଦାସଙ୍କ ଶେଷ ଦର୍ଶନ କରିଥିଲେ ।

ଗତକାଲି ଭୋର ୩ଟା ୩୦ ସମୟରେ ଭୂବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଅନନ୍ତ ଦାସ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗାଁରେ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ । ୨୦୦୪ରୁ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ପ୍ରଥମେ ଆସିଥିଲେ ବିଧାନସଭା । ଲଗାତାର ୪ ଥର ବିଜେଡିରୁ ଏଠାରୁ ବିଧାୟକ ଥିଲେ । ୨୦୧୪ରେ ନବୀନ ସରକାରରେ ସେ ଥିଲେ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ । ବାଲେଶ୍ବର ଜିଲ୍ଲାର ଜଣେ ପ୍ରଭାବଶାଳୀ ଓ ଟାଣୁଆ ନେତା ଥିଲେ ଅନନ୍ତ ଦାସ ।