ଡିମିରିମୁଣ୍ଡା ପଞ୍ଚାୟତ ସଦର ମହକୁମାରେ ନନ୍ଦ ମହାକୁଡ଼ ସମାଜ ପକ୍ଷରୁ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ


ଜମନକିରା : ଆଜି ସୋମବାର ଦିନ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ସଦର ମହକୁମାରେ ନନ୍ଦ ମହାଖୁଡ଼ ସମାଜ ଆନୁକୁଲ୍ୟରେ ରାଧାକୃଷ୍ଣ ମନ୍ଦିର ର ପୁନଃ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଷ୍ଠା ଉତ୍ସବ ରେ ନନ୍ଦ ମହାଖୁଡ ସମାଜର ସଭାପତି ଆଦିପ୍ରସାଦ ମହାକୁଳ ଓ ତାଙ୍କ ଧର୍ମପତ୍ନୀ ଅମୃତ ମହାକୁଳ କର୍ତ୍ତା ଭାବରେ ଦାୟିତ୍ଵ ସମ୍ପାଦନ କରିଥିଲେ । ପୂଜକ ରାଣାପ୍ରତାପ ପାଢ଼ୀ ପୌରହିତ୍ଵ କରିଥିବା ବେଳେ ମନ୍ଦିର ପୂଜକ ଜୟନ୍ତ ଶର୍ମା ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ । ଏହି ପୁନଃ ପ୍ରତିଷ୍ଠା କର୍ଯ୍ୟକ୍ରମରେ ନନ୍ଦ ମହାଖୁଡ ସମାଜର ୧୮ ଗୋଟି କେନ୍ଦ୍ରର ସହଯୋଗ କ୍ରମେ ମନ୍ଦିରର ସମସ୍ତ କାର୍ଯ୍ୟକ୍ରମ କୁ ଭବ୍ୟ ରୂପରେ ଆୟୋଜିତ କରାଯାଇଥିଲା । ଏହି ଉତ୍ସବରେ କିର୍ତ୍ତନ୍ୟ, ସମ୍ପ୍ରଦାୟ, ଭଜନ,କୁନି କୁନି କଳାକାର ମାନଙ୍କୁ ନେଇ ନାଚ ଗୀତ, ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ସମାଜ ର ଆଦ୍ୟାଶା ମହାକୁଲ ଓଡ଼ିଶୀ ନୃତ୍ୟ ପରିବେଷଣ କରି ମନ୍ତ୍ର ମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।