ସମ୍ବଲପୁର: ସମ୍ବଲପୁର ସିଟି ଷ୍ଟେସନ ନିକଟରେ ପୋଲିସର ଏନକାଉଣ୍ଟର । ବେଆଇନ ଗୋରୁ ଚାଲାଣକାରୀଙ୍କୁ ଧନୁପାଲି ପୋଲିସ କରିଛି ଏନକାଉଣ୍ଟର । ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏକ ଟ୍ରକରେ ବେଆଇନ ଭାବେ ଗୋରୁ ଚାଲାଣ ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ସୂଚନା ଅନୁସାରେ ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗର । ରାଜସ୍ଥାନର ରେଜିଷ୍ଟ୍ରେସନ ଥିବା ଏକ ଗାଡ଼ିରେ ୩୦ରୁ ଅଧିକ ଗୋରୁ ନେଉଥିଲେ । ଆହତ ହୋଇଥିବା ଦୁଇ ଜଣ ସେହି ଗାଡ଼ିକୁ ସୁରକ୍ଷା ଦେଉଥିଲେ । ପୋଲିସ ଯାଞ୍ଚ ପାଇଁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ପ୍ରଥମେ ଗୁଳି କରିଥିଲେ । ପୋଲିସର ପାଲଟା ଗୁଳିରେ ୨ ଜଣ ଆହତ ହୋଇଛନ୍ତି । ସେମାଙ୍କଠାରୁ ୨ଟି ବନ୍ଧୁକ, ଗୁଳି ଓ ଏକ କାର୍ ଜବତ କରାଯାଇଛି ।
ସମ୍ବଲପୁରରେ ଗୋରୁ ମାଫିଆଙ୍କୁ ଏନକାଉଣ୍ଟର
