Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲାରେ ପୋଲିସ ଏନକାଉଣ୍ଟର

ରାଉରକେଲା: ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆକୁ ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ ଆହତ ଅପରାଧୀକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲା ଵିଶ୍ରା ଥାନା ଅକ୍ଷରଶିଳା ନିକଟରେ ହୋଇଛି ଏହି ଏନକାଉଣ୍ଟର। ତେବେ ଦାଦାବଟି ଆଦାୟ, ହତ୍ୟା ଧମକ ଦେବା ପରି ବହୁ ଅପରାଧରେ ସେ ସମ୍ପୃକ୍ତ ଥିବା ନେଇ ଜଣାପଡିଛି। ଝାଡ଼ଖଣ୍ଡର କୁଖ୍ୟାତ ଆନ୍ତଃରାଜ୍ୟ ଅପରାଧୀ ହେଉଛି ଲକୁଆ। ଓଡ଼ିଶା ଓ ଝାଡଖଣ୍ଡରେ ଅପରାଧିକ ମାମଲା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ